ଲକ୍ଷ୍ନୌ ୧୦/୦୫ : ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ । ଏଥିରେ ୬ ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ । ଏଥସହ କେତେକ ମନ୍ତ୍ରୀଙ୍କ ବିଭାଗ ବଦଳିବ ।
ରବିବାର ଅପରାହ୍ନ ସାଢ଼େ ୩ଟାରେ ଲୋକଭବନରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଅନୁଷ୍ଠିତ ହେବ । ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ଭେଟି ନୂଆ ମନ୍ତ୍ରୀଙ୍କ ତାଲିକା ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଧ୍ୟ ଲାଲଚନ୍ଦ ରାମଙ୍କ ଦ୍ୱାରା ଲିଖିତ ପୁସ୍ତକ ଭାରତୀୟ ଜ୍ଞାନ ପରମ୍ପରାର ଅବଧାରଣାର ଏକ କପି ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ । ଯୋଗୀଙ୍କ ମନ୍ତ୍ରିମଣ୍ଡଳରେ ଏବେ ୫୪ ଜଣ ମନ୍ତ୍ରୀ ଅଛନ୍ତି । ୬ ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବା ପରେ ଏହି ସଂଖ୍ୟା ୬୦ରେ ପହଞ୍ଚିବ ।
मा. राज्यपाल श्रीमती @anandibenpatel जी से आज जनभवन, लखनऊ में मुख्यमंत्री श्री @myogiadityanath जी महाराज ने शिष्टाचार भेंट की। pic.twitter.com/z2TXehAIUC
— Yogi Adityanath Office (@myogioffice) May 9, 2026
ରିପୋର୍ଟ ଅନୁସାରେ ଯେଉଁ ୬ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ ସେମାନଙ୍କ ମଧ୍ୟରେ ଅଛନ୍ତି କୃଷ୍ଣା ପାଶ୍ୱାନ, ପୂଜା ପାଲ୍, ମନୋଜ ପାଣ୍ଡେ, ଭୂପେନ୍ଦ୍ର ଚୌଧୁରୀ, ଅଶୋକ କାଟାରିୟା ଓ ରୋମି ସାହାନୀ । ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ସହିତ ରାଜ୍ୟ ବିଜେପି ସଙ୍ଗଠନରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ହେବ ବୋଲି ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ :- ୩ ଥର ଆତ୍ମହତ୍ୟା ଉଦ୍ୟମ, ନିଜଠୁ ୧୩ ବର୍ଷ ସାନ ଯୁବକଙ୍କ ସହ ରିଲେସନ୍…ଜାଣନ୍ତୁ ‘ମହାଭାରତ’ର ଦ୍ରୌପଦୀଙ୍କ ସିକ୍ରେଟ୍