ନୂଆଦିଲ୍ଲୀ,୧୬।୧୨:  ଉତ୍ତର ପ୍ରଦେଶ ବିଧାନସଭାର ଶୀତକାଳୀନ ଅଧିବେଶନlରେ ସୋମବାର ଗୃହରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଯୋଗୀ କହିଛନ୍ତି, ଭାରତରେ ରାମ-କୃଷ୍ଣ ଓ ବୁଦ୍ଧଙ୍କ ପରମ୍ପରା ହିଁ ଚାଲିବ। ବାବର ଓ ଔରଙ୍ଗଜେବ୍‌ର ପରମ୍ପରା ଚାଲିବନି। ସମ୍ଭଲକୁ ନେଇ ବିରୋଧିଙ୍କ ହଙ୍ଗାମା ପରେ ସେ କହିଛନ୍ତି, କୋର୍ଟଙ୍କ ନିର୍ଦେଶକୁ ପାଳନ କରିବା ପ୍ରଶାସନର ଦାୟିତ୍ବ। ପ୍ରଶାସନ ସମ୍ଭଲରେ ତାହା ହିଁ କରୁଛି। 

ଯୋଗୀ କହିଛନ୍ତି, ସମ୍ଭଲରେ ତୁର୍କୀ ଓ ମୁସଲମାନଙ୍କ ବିବାଦ ଚାଲିଛି। ଶଫିକୁରହମାନ ବର୍କ (ସମାଜବାଦୀର ସମ୍ଭଲରୂ ପୂର୍ବତନ ସାଂସଦ) ନିଜକୁ ଭାରତର ନାଗରିକ ନୁହେଁ, ବଂର ବାବରଙ୍କ ସନ୍ତାନ ବୋଲି କୁହନ୍ତି। ଆପଣଙ୍କୁ ଏବେ ନିଷ୍ପତ୍ତି ନେବାକୁ ପଡିବ ଜଣେ ଆକ୍ରମଣକାରୀଙ୍କୁ ନିଜର ଆଦର୍ଶ ମାନିବେ ନା ରାମ-କୃଷ୍ଣ ଓ ବୁଦ୍ଧଙ୍କ ପରମ୍ପରାକୁ। ଭାରତରେ ରାମ-କୃଷ୍ଣ ଓ ବୁଦ୍ଧଙ୍କ ପରମ୍ପରା ରହିବ। ବାବର ଓ ଔରଙ୍ଗଜେବ୍‌ର ପରମ୍ପରା ରହିବନି। ରାମ ନାମ ହିଁ ସତ୍ୟ। ରାମଙ୍କ ବିନା ଅନ୍ୟ କୌଣସି ଗତି ନାହିଁ। ଅନ୍ତିମ ଯାତ୍ରାରେ ଯଦି କାହାକୁ ବିଦା କରନ୍ତି ତେବେ ‘ରାମ ନାମ ସତ୍ୟ’ ହିଁ କୁହନ୍ତି। ଆମର ପୁରାଣ ମଧ୍ୟ ଏହା କୁହେଁ ଯେ, ଭଗବାନ ବିଷ୍ଣୁଙ୍କ ଦଶମ ଅବତାର(କଳକୀ ଅବତାର) ସମ୍ଭଲରୁ ହିଁ ହେବ। 

ବହରାଇଚ ଓ ସମ୍ଭଲ ହିଂସାକୁ ନେଇ ଯୋଗୀ କହିଛନ୍ତି, ଯେଉଁଭଳି ସମ୍ଭଲ ହିଂସାକୁ ନେଇ ବିରୋଧି ହଙ୍ଗା କରୁଛି ତା ଶାସନ କାଳରେ ସେଠାରେ ନରସଂହାର ହୋଇଥିଲା। ୧୯୪୭ ରୁ ହିଁ ସମ୍ଭଲରେ ଦଙ୍ଗାର ଇତିହାସ ରହିଛି। ୨୦୧୭ ରୁ ନେଇ ଏପର୍ଯ୍ୟନ୍ତ ୯୯% ହିଂସା ଘଟଣାରେ ହ୍ରାସ ପାଇଛି। ଏହା ହେଉଛି ଏନ୍‌ସିଆରବିର ଡାଟା।