PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ମାତ୍ର ଏକ କିମି ଚାଲିବା ଦ୍ୱାରା ସୁସ୍ଥ ରହିବା ସହିତ କରି ପାରିବେ ସମାଜସେବା, ଜାଣନ୍ତୁ କେମିତି…

source:pixabay.com

୨୦୦୬ ଅଗଷ୍ଟରେ ଆଇଆଇଟି ଛାତ୍ର ଇଶାନ ନଡକାର୍ନି ଓ ନିଖିଲ ଖଣ୍ଡେଲୱାଲ ‘ଇମ୍ପାକ୍ଟ’ ଆପ୍ଲିକେସନ୍‌ ଲଞ୍ଚ କରିଥିଲେ । ବର୍ତ୍ତମାନ ଏହି ଆପ୍‌ର ଗ୍ରାହକଙ୍କ ସଂଖ୍ୟା ଲକ୍ଷେରୁ ଅଧିକ । ଲୋକଙ୍କୁ ସୁସ୍ଥ ରହିବାର ବାର୍ତ୍ତା ଦେବା ଓ ସମାଜସେବା ଏହାର ଉଦ୍ଦେଶ୍ୟ । ଆପ୍‌ ଅନୁସାରେ, ଜଣେ ବ୍ୟକ୍ତି ୧ କିମି ଚାଲିଲେ ୧୦ ପଇସା ଏନ୍‌ଜିଓକୁ ଯାଇଥାଏ । ଏନ୍‌ଜିଓ ସେହି ପଇସାକୁ ଗରିବ ଲୋକଙ୍କ ଉନ୍ନତିରେ ଲଗାଇବା ସହ ପରିବେଶରେ ମଧ୍ୟ ବିନିଯୋଗ କରିଥାଏ ।

ଇଶାନ କହନ୍ତି, ଆରତି ଇଣ୍ଡଷ୍ଟ୍ରି, ଡିଏଚ୍‌ଏଲ, ହିମାଲୟା ଭଳି କମ୍ପାନିର ସିଏସ୍‌ଆର୍‌ ଫଣ୍ଡ(କର୍ପୋରେଟ ସୋସିଆଲ୍‌ ରେସ୍‌ପନସିବିଲିଟି)ରୁ ଏହି ଟଙ୍କା ଆସିଥାଏ । ଏକ ରିପୋର୍ଟ ଅନୁସାରେ, ଭାରତରେ ଏହାର ଗ୍ରାହକ ୯୫ ହଜାର ଓ ବିଦେଶରେ ୫ ହଜାର ଅଛନ୍ତି । ଏହି ୩ ବର୍ଷ ଭିତରେ ଆପ୍‌ର ଗ୍ରାହକ ୪୦ଲକ୍ଷ କିମି ଚାଲିବା ଦ୍ୱାରା ୪ କୋଟି ଟଙ୍କା ଏନ୍‌ଜିଓକୁ ଯାଇଛି । ଏହି ଅର୍ଥ ସାହାଯ୍ୟରେ ୩୦୦ ଗରିବ ଚାଷି ପରିବାର, ୭୦ ସହିଦ ଯବାନଙ୍କ ପରିବାରଙ୍କୁ ସାହଯ୍ୟ ସହିତ ମହାରାଷ୍ଟ୍ରର ଜଲଗାଓଁରେ ଏନ୍‌ଜିଓ ପକ୍ଷରୁ ୧୧,୨୫୦ ବୃକ୍ଷରୋପଣ କରାଯାଇଛି । ଏଥିସହ ପ୍ରତିବର୍ଷ ୩୮୫ଟି ବିଦ୍ୟାଳୟକୁ ଖାଦ୍ୟ ଦିଆଯାଉଛି । ଏହି ଅଭିଯାନରେ ଗ୍ରାହକଙ୍କୁ ସାମିଲ କରିବା ପାଇଁ ବିଭିନ୍ନ କମ୍ପାନି ତରଫରୁ ପ୍ରତିଯୋଗିତା ହୁଏ । ଉତ୍ତମ ପ୍ରଦର୍ଶନ କରିଥିବା ଟିମ୍‌ ପୁରସ୍କୃତ ହୁଅନ୍ତି ।

ସମ୍ବନ୍ଧିତ ଖବର