ଅଫିସ୍‌ରେ ଷ୍ଟ୍ରେସ୍‌ ଅନୁଭବ କରୁଛନ୍ତି କି? ତେବେ ବ୍ୟସ୍ତ ହୁଅନ୍ତୁନି । କିଛି ସହଜ ଉପାୟ ଆପଣାଇବା ସହ ଏହାକୁ ଦୂର କରିପାରିବେ । ଯେମିତିକି-

ମାଇକ୍ରୋ ଷ୍ଟ୍ରେଚ୍‌ ବ୍ରେକ୍‌: ନ୍ୟାସନାଲ୍‌ ଲାଇବ୍ରେରୀ ଅଫ୍‌ ମେଡିସିନ୍‌ରେ ପ୍ରକାଶିତ ଜାପାନର ଏକ ମେଡିକାଲ ଗବେଷଣା ଅନୁସାରେ ପ୍ରତି ଘଣ୍ଟାରେ ଥରେ ଷ୍ଟ୍ରେଚ୍‌ ବ୍ରେକ୍‌ ନେବା ଜରୁରି । ବେକ ଓ କାନ୍ଧକୁ ହାଲ୍‌କା ଷ୍ଟ୍ରେଚ୍‌ କରନ୍ତୁ । ଫଳରେ ଷ୍ଟ୍ରେସ୍‌ କମ୍‌ ରହିବ । ଶରୀରରେ ରକ୍ତ ପ୍ରବାହ ବଢିବା ସହ ମାଂସପେଶୀ ମଧ୍ୟ ଫ୍ରି ରହିପାରିବେ ।

ସକାରାତ୍ମକ ଦୃଷ୍ଟିକୋଣ: ଅଫିସ୍‌ରେ ଷ୍ଟ୍ରେସ୍‌ ଅନୁଭବ କଲେ,୨ ମିନିଟ୍‌ ପାଇଁ ଆଖି ବନ୍ଦ କରି କୌଣସି ଶାନ୍ତ ଜାଗାର ପରିକଳ୍ପନା କରନ୍ତୁ । ଏପରି କରିବା ଦ୍ୱାରା ମନ ଶାନ୍ତ ହେବାସହ ଚିନ୍ତା ଆପେ ଆପେ ଦୂର ହୋଇଥାଏ ।

ଅରୋମା ଷ୍ଟିକ୍‌ ବ୍ୟବହାର କରନ୍ତୁ: ଲାଭେଣ୍ଡର୍‌ ବା ପିମ୍ପର୍‌ମେଣ୍ଟ ପରି ହାଲ୍‌କା ବାସ୍ନାକୁ ଶୁଙ୍ଘିବା ଦ୍ୱାରା ମଧ୍ୟଷ୍ଟ୍ରେସ୍‌କୁ କମ୍‌ କରିପାରିବେ । ଏଥିପାଇଁ ଅଫିସ୍‌ ଡେସ୍କରେ ଲାଭେଣ୍ଡର୍‌ ବାପିମ୍ପରମେଣ୍ଟ ଷ୍ଟିକ୍‌ ରଖିବାକୁ ପଡିଥାଏ । ବାୟୋମେଡ୍‌ ସେଣ୍ଟ୍ରାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏସବୁ ଷ୍ଟିକ୍‌ର ବାସ୍ନା ଚିନ୍ତା, ଅବସାଦ ଓନିଦର ଗୁଣବତ୍ତାରେ ସୁଧାର ଆଣିଥାଏ ।

ଆଇ ପାମିଙ୍ଗ୍‌ ଟେକ୍ନୋଲୋଜି: ଅଫିସରେ ଲଗାତାରା ସ୍କ୍ରିନ୍‌କୁ ଦେଖି କାମ କରିବା ଦ୍ୱାରା ଆଖି ଓ ମସ୍ତିଷ୍କ ଥକିପଡିଥାଏ । କେବେ କେବେ ଭ୍ରମ ମଧ୍ୟ ସୃଷ୍ଟି ହୋଇଥାଏ । ସେଥିପାଇଁ ୩୦ ସେକେଣ୍ଡ ପାଇଁ ପାପୁଲିକୁ ଆଖି ଉପରେ ରଖିବା ଦ୍ୱାରା ଷ୍ଟ୍ରେସ୍‌ ହର୍‌ମୋନ୍‌ କମିବା ସହ ମସ୍ତିଷ୍କ ସତେଜ ହୋଇଥାଏ । ତେଣୁ ଅଫିସ୍‌ରେ ଆଇ ପାମିଙ୍ଗ୍‌ଟେକ୍ନୋଲୋଜି ମଧ୍ୟ ଆପଣାଇପାରିବେ ।