ନୂଆଦିଲ୍ଲୀ – କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ କରିଛନ୍ତି ଅଭିଯୋଗ , କହିଛନ୍ତି ଯେ, ସେ ବିରୋଧି ଦଳର ନେତାଙ୍କୁ ବିଦେଶୀ ଅତିଥିଙ୍କୁ ଭେଟିବାକୁ ଅନୁମତି ଦେଉ ନାହାନ୍ତି , ହେଲେ ଅଟଳ ବିହାରୀ ବାଜପେୟୀ ଓ ମନମୋହନ ସିଂହଙ୍କ ସମୟରେ ସାକ୍ଷାତ୍ କରିବାର ପରମ୍ପରା ଥିଲା। ରାହୁଲଙ୍କ ଏହି ମନ୍ତବ୍ୟ ଉପରେ ବିଜେପୀ ସାଂସଦ କଙ୍ଗନା ରଣାୱତ କହିଛନ୍ତି –ଦେଶ ପାଇଁ ରାହୁଲ ଗାନ୍ଧୀଙ୍କ ଭାବନା ଓ ବିଚାର ଖୁବ୍ ସନ୍ଦିଗ୍ଧ। ସେ ରାହୁଲ ଗାନ୍ଧୀଙ୍କୁ ବିଜେପିରେ ଜଏନ କରିବାକୁ ପରାମର୍ଶ ଦେଇଛନ୍ତି। କଙ୍ଗନା କହିଛନ୍ତି ଯେ, ରାହୁଲ ଗାନ୍ଧୀ ମଧ୍ୟ ଅଟଳ ବିହାରୀ ବାଜପେୟୀ ହୋଇ ପାରିବେ। ସେ ବିଜେପିରେ ସାମିଲ ହୋଇ ଯାଆନ୍ତୁ।

ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଗୁଡ଼ିକୁ ନେଇ କଙ୍ଗନା ରଣାୱତ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଥିଲେ- ସରକାରଙ୍କ ନିଜର ନିଷ୍ପତ୍ତି ରହିଥାଏ। ଅଟଳ ଜୀ ନ୍ୟାସନାଲ ଆସେଟ୍ସ ଥିଲେ। ପୂରା ଦେଶ ତାଙ୍କୁ ନେଇ ଗର୍ବ କରୁଥିଲା। କିନ୍ତୁ ରାହୁଲ ଗାନ୍ଧୀଙ୍କ ଦେଶ ପ୍ରତି ତାଙ୍କର ବିଚାର ସନ୍ଦିଗ୍ଧ ପୂର୍ଣ୍ଣ। ଇଣ୍ଟରନ୍ୟାସନାଲ ଷଡ଼ଯନ୍ତ୍ର ଚାଲିଛି, ତାହା ଦଙ୍ଗା ହଙ୍ଗାମା ହେଉ କିମ୍ୱା ଦେଶକୁ ଭାଗ ଭାଗ କରିବାର ଷଡ଼ଯନ୍ତ୍ର । ଏହା ସନ୍ଦିଗ୍ଧ ଯୁକ୍ତ। ଯଦି ରାହୁଲ ଗାନ୍ଧୀ ନିଜକୁ ଅଟଳ ଜୀଙ୍କ ସହ ତୁଳନା କରୁଛନ୍ତି , ମୋର ତାଙ୍କୁ ବ୍ୟକ୍ତିଗତ ପରାମର୍ଶ ସେ ବିଜେପିରେ ଯୋଗ ଦେଇ ଦିଅନ୍ତୁ। ଭଗବାନ ଆପଣଙ୍କୁ ଜନ୍ମ ଦେଇଛନ୍ତି ଓ ଜୀବନ ମଧ୍ୟ ଦେଇଛନ୍ତି । ଆପଣ ଅଟଳ ଜୀ ହୋଇ ପାରିବେ , ବିଜେପିରେ ଜଏନ କରିଯାଅ ।

ଉଲ୍ଲେଖନୀୟ ଯେ, କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ ପୂର୍ବକ ରାହୁଲ ଗାନ୍ଧୀ ଅଟଳ ବିହାରୀ ବାଜପେୟୀଙ୍କ କଥା ମଧ୍ୟ ଉଲ୍ଲେଖ କରି ଥିଲେ। ସେ କହିଥିଲେ ଯେ, ସରକାରରେ ବିରୋଧୀ ନେତାଙ୍କୁ ବିଦେଶୀ ମାନ୍ୟଗଣ୍ୟ ଅତିଥିଙ୍କ ସହ ଭେଟିବାକୁ ଦିଆଯାଏ ନାହିଁ। ଗାନ୍ଧୀ ସଂସଦ ଭବନ ପରିସରରେ ସାମ୍ୱାଦିକମାନଙ୍କୁ କହିଛନ୍ତି ଯେ, ପୂର୍ବେ ଯେଉଁ ବିଦେଶୀ ଅତିଥି ଆସୁ ଥିଲେ ତ ସେମାନଙ୍କୁ ବିରୋଧୀ ଦଳର ନେତାଙ୍କୁ ଭେଟିବାକୁ ଦିଆଯାଉ ଥିଲା। ଏହି ପରମ୍ପରା ମୋଦି ସରକାରଙ୍କ ଆସିବା ପୂର୍ବ ଯାଏ ଜାରି ରହିଛି, କିନ୍ତୁ ଏବେ ଭେଟିବାକୁ ଦିଆଯାଉ ନାହିଁ।ତାଙ୍କର କହିବାର ଥିଲା ଯେ, ବିରୋଧୀ ନେତାଙ୍କ ଏକ ଭିନ୍ନ ଦୃଷ୍ଟିଭଙ୍ଗୀ ଥାଏ ଏବଂ ତାଙ୍କୁ ବିଦେଶୀ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସହ ଭେଟିବାକୁ ଅନୁମତି ଦେବା ଉଚିତ୍ କିନ୍ତୁ ମୋଦି ସରକାର ଓ ବୈଦେଶିକ ମନ୍ତ୍ରଣାଳୟ ଏହି ମାନଦଣ୍ଡର ପାଳନ କରୁନାହାନ୍ତି।

ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଯାତ୍ରାକୁ ନେଇ ପଚରା ଯାଇଥିବା ପ୍ରଶ୍ନରେ ରାହୁଲ ଗାନ୍ଧୀ କହିଥିଲେ , ସାଧାରଣତଃ ଏହି ପରମ୍ପରା ଯିଏ ବି ବାହାରୁ ଆସିଥାନ୍ତି ,ସେ ବିରୋଧୀ ନେତାଙ୍କୁ ମଧ୍ୟ ଭେଟି ଥାନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ଡକ୍ଟର ମନମୋହନ ସିଂହଙ୍କ ସରକାର ସମୟରେ ଏପରି ହେଉଥିଲା। ଏହା ଏକ ପରମ୍ପରା ଭାବେ ରହିଛି , କିନ୍ତୁ ଏବେ ବିଦେଶୀ ବିଶିଷ୍ଟ ବ୍ୟକ୍ତି ଆସନ୍ତି କିମ୍ୱା ଯେବେ ମୁଁ ବିଦେଶ ଯାତ୍ରାରେ ଯାଉଛି , ତ ସରକାର ତାଙ୍କୁ ବିରୋଧୀ ନେତାଙ୍କୁ ଭେଟିବାକୁ ମନା କରିଥାନ୍ତି। ଏହା ତାଙ୍କର ନୀତି ଏବଂ ସେ ପ୍ରତିଥର ଏମିତି ହିଁ କରନ୍ତି। ମୁଁ ଯେବେ ବିଦେଶ ଯାଏ , କୁହାଯାଏ କି ସରକାରଙ୍କ ପରାମର୍ଶ ଯେ, ତାଙ୍କୁ ଭେଟିବ ନାହିଁ।