ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ଅର୍ଥାତ୍ ଇପିଏଫଓ ନିଜର ସଦସ୍ୟଙ୍କ ପାଇଁ ,କ୍ଲେମ୍ ସେଟଲମେଣ୍ଟକୁ ସହଜ କରିବା ପାଇଁ ୟୁପିଆଇକୁ ରୋଲଆଉଟ୍ କରିବାକୁ ଯାଉଛି। ଖୁବ୍ ଶୀଘ୍ର ଇପିଏଫଓ ଏହାକୁ ଲଞ୍ଚ କରି ପାରେ। ଏହାପରେ ପ୍ରତି ସଦସ୍ୟ ୟୁପିଆଇର ୟୁଜ୍ କରି ପିଏଫରୁ ଟଙ୍କା ବାହାର କରି ପାରିବେ। କେନ୍ଦ୍ର ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭିୟା ଏ ନେଇ ସୂଚନା ଦେଇଛନ୍ତି।
ଇପିଏଫଓ ୩.୦ ଅନୁସାରେ ସଦସ୍ୟ ନିଜର ୟୁପିଆଇ ସହ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟରେ ସିଧା ପିଏଫ୍ର ଅର୍ଥ ଟ୍ରାନ୍ସରଫର କରି ପାରିବେ। ଏହି ସର୍ଭିସର ସେଟିଂ ମଧ୍ୟ ପୂରା ହୋଇ ସାରିଛି। ହେଲେ, ଏହି ସବୁ ଜିନିଷ ସତ୍ତ୍ୱେ ଆପଣ ଯଦି ଏହି ପାଞ୍ଚଟି ପ୍ରମୁଖ କାମ ନକରନ୍ତି , ତ ୟୁପିଆଇ ମାଧ୍ୟମରେ ପିଏଫ୍ରୁ ଟଙ୍କା ବାହାର କରି ପାରିବେ ନାହିଁ , ଆସନ୍ତୁ ଜାଣିବା ଏହି ୫ଟି ପ୍ରମୁଖ କାମ ଗୁଡ଼ିକ କଣ ....
୧ - UAN ଆକ୍ଟିଭ୍ ହେବା ଉଚିତ୍ : ପିଏଫର ଟଙ୍କା ଆପଣ ସେତେବେଳେ ବାହାର କରି ପାରିବେ , ଯେବେ ଆପଣଙ୍କର ୟୁଏଏନ ନମ୍ୱର ଆକ୍ଟିଭ୍ ହେବ। ଏଥିରେ ୟୁପିଆଇ ମାଧ୍ୟମରେ ପିଏଫ୍ ଟ୍ରାନ୍ସଫର ଆରମ୍ଭ ହେବା ପୂର୍ବରୁ କର୍ମଚାରୀଙ୍କୁ ଏହା ସ୍ଥିର କରି ନେବା ଉଚିତ ଯେ, ତାଙ୍କର ୟୁଏଏନ୍ ନମ୍ୱର ଆକ୍ଟିଭ୍ ଅଛି ନା ନାହିଁ। ଯଦି ୟୁଏଏନ୍ ଆକ୍ଟିଭ୍ ନାହିଁ ତ , ପିଏଫ୍ ସେବା ଗୁଡ଼ିକ , କେୱାଇସି ଯାଞ୍ଚ , ୱିଡ୍ରୟାଲ ଓ ନୂଆ ଡିଜିଟାଲ ସୁବିଧା ଗୁଡ଼ିକର ବ୍ୟବହାର କରିବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି ପାରେ। ଯଦି ଆପଣ ପାସୱାର୍ଡ ଭୁଲି ଯାଇଛନ୍ତି କିମ୍ୱା ରେଜିଷ୍ଟର୍ଡ ମୋବାଇଲ ନମ୍ୱର ବଦଳି ଯାଇଛି , ତ ଏହାକୁ ମଧ୍ୟ ଅପଡେଟ୍ କରି ନେବା ଉଚିତ୍। ନୁହେଁ ତ ୟୁପିଆଇରୁ ପିଏଫ୍ ବାହାର କରିବା ସମୟରେ ସମସ୍ୟା ଆସି ପାରେ।
୨- ପର୍ସନାଲ ତଥ୍ୟ ଗୁଡ଼ିକର ଅପଡେଟ୍ : ପିଏଫ୍ କ୍ଲେମରେ ସବୁଠୁ ଅଧିକ ସମସ୍ୟା ନାମ ପରିବର୍ତ୍ତନ , ଜନ୍ମ ତାରିଖ କିମ୍ୱା ଅନ୍ୟ ପର୍ସନାଲ ତଥ୍ୟରେ ପାର୍ଥକ୍ୟ କାରଣରୁ ହୋଇଥାଏ। ଇପିଏଫର ରେକର୍ଡରେ ଥିବା ନାମ , ଜନ୍ମ ତାରିଖ ଓ ଆଧାର କାର୍ଡରେ ଥିବା ଦରକାର। ଏହା ସହ ଆଧାର ଓ ପ୍ୟାନ୍ ଉଭୟ ୟୁଏଏନ୍ ସହ ଲିଙ୍କ୍ଡ ଓ ଭେରିଫାଏ ହେବା ଉଚିତ୍। ଯଦି ପିଏଫ୍ ଲିଙ୍କ ନାହିଁ ତ ପିଏଫ୍ ବାହାର କରିବାରେ ଅଧିକ ଟ୍ୟାକ୍ସ କରି ପାରେ।
୩- ବ୍ୟାଙ୍କ ଆକାଉଣ୍ଟ ଡିଟେଲ : ୟୁପିଆଇ ବେସ୍ ୱିଡ୍ରାଲରେ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ। ଇପିଏଫଓ ପୋର୍ଟାଲରେ ଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ୱର, ଆଇଏଫଏସସି କୋଡ୍ ଓ ଆକାଉଣ୍ଟ ହୋଲ୍ଡର୍ସର ନାମ ସଠିକ୍ ହେବା ଉଚିତ୍। ଯଦି ଆକାଉଣ୍ଟ ବନ୍ଦ ହୋଇ ସାରିଛି କିମ୍ୱା ଭୁଲ୍ ନାମ କିମ୍ୱା ନମ୍ୱର ଅଛି ତ ଆପଣଙ୍କର ପେମେଣ୍ଟ ରହି ଯାଇ ପାରେ। ଏହାସହ ଆପଣଙ୍କୁ ନିଜର ଆକାଉଣ୍ଟରେ ୟୁପିଆଇ ଆକ୍ଟିଭ୍ ଓ କେୱାଇସି ଅପଡେଟ୍ର ମଧ୍ୟ ଡିଟେଲ ଚେକ୍ କରି ନେବା ଉଚିତ୍।
୪- ମୋବାଇଲ ନମ୍ୱର ଅପଡେଟ୍ : ୟୁପିଆଇ ସହ ଜଡ଼ିତ ଟ୍ରାଜାକ୍ସନରେ ଓଟିପି ମାଧ୍ୟମରେ ପରିଚୟ ଭେରିଫାଏ କରାଯାଇ ପାରେ। ଏହି କାରଣରୁ ଆଧାର ସହ ଲିଙ୍କ ମୋବାଇଲ ନମ୍ୱର , ୟୁଏଏନରେ ଥିବା ମୋବାଇଲ ନମ୍ୱର ଓୟୁପିଆଇ ସହ ଥିବା ମୋବାଇଲ ନମ୍ୱର ଆକ୍ଟିଭ୍ ହେବା ଉଚିତ୍।
୫-ଚାକିରିର ରେକର୍ଡ ଓ ନୋମିନି : କର୍ମଚାରୀଙ୍କୁ ନିଜର ଇପିଏଫ୍ ଆକାଉଣ୍ଟରେ ଥିବା ଚାକିରିର ପୂରା ରେକର୍ଡ ମଧ୍ୟ ପୁନର୍ବାର ଚେକ୍ କରି ନେବା ଉଚିତ୍। ଅନେକ ଥର ଚାକିରି ଛାଡ଼ିବାର ତାରିଖ ଅପଡେଟ୍ ହୋଇ ନଥାଏ, ପୁରୁଣା ପିଏଫ୍ ଆକାଉଣ୍ଟ ଲିଙ୍କ୍ ନହେବା କିମ୍ୱା ଗୋଟିଏରୁ ଅଧିକ ପିଏଫ୍ ଆକାଉଣ୍ଟ ରହି ଥାଏ। ଏହି ସ୍ଥିତିରେ କ୍ଲେମ୍ ସେଟଲମେଣ୍ଟରେ ବିଳମ୍ୱ ହୋଇପାରେ।
ଏହାସହ ନୋମିନି ମଧ୍ୟ ଅପଡେଟ୍ ହେବା ଉଚିତ୍। ଯଦି ନୋମିନିର ସୂଚନା ପୁରୁଣା କିମ୍ୱା ଅଧା ଥାଏ ତ କୌଣସି ବି ଏମର୍ଜେନ୍ସି କ୍ଲେମ୍ ପ୍ରସେସ୍ ଜଟିଳ ହୋଇପାରେ।
ଆହୁରି ମଧ୍ୟ ପଢନ୍ତୁ : ଏଣିକି ୟୁଟ୍ୟୁବ୍ରେ ଏଆଇ କଣ୍ଟେଣ୍ଟ ଚିହ୍ନିବା ହେବ ସହଜ, କ୍ରିଏଟରଙ୍କ ପାଇଁ ହେବାକୁ ଯାଉଛି ଏହି ପରିବର୍ତ୍ତନ
ଦେଖନ୍ତୁ ଏହି ଭିଡିଓ : ଦୋକାନ ନିକଟରେ ଠିଆ ଥିବା ଜଣେ ମହିଳାଙ୍କୁ ଧକ୍କା ଦେଲା ଦ୍ରୁତଗାମୀ ଗାଡ଼ି