ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Published By : Harapriya Sethi | March 8, 2025 8:50 AM

ଭୁବନେଶ୍ୱର,୦୮/୦୩: ଯାତ୍ରା କରୁଥିବା ଟ୍ରେନ୍‌ରୁ ଓହ୍ଲାଇ ଆଉ ଏକ ଟ୍ରେନ୍‌ ସାମ୍ନାକୁ ଡେଇଁ ପଡିଲେ ଯୁବକ । ଘଟଣା ସ୍ଥଳରେ ଚାଲିଗଲା ଜୀବନ । ଯୁବକ ଜଣକ କଲିକତାର ବିଟୁ ପ୍ରସାଦ ବୋଲି ଜଣାପଡ଼ିଛି । ଯୁବକଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନ୍‌ ଓ ବାଉଦପୁର ଷ୍ଟେସନ୍‌ ମଝିରେ ଏଭଳି ଘଟଣା ଘଟିଛି । 

ବାଲୁଗାଁ ଗୁଣ୍ଡୁରୁପୁର ଛକରେ ଗୋଷ୍ଠୀ ସଂଘର୍ଷ: ୫ ଆହତ, ଜଣେ ଗୁରୁତର

ସୂଚନା ମୁତାବକ, କଲିକତାର ବିଟୁ ପ୍ରସାଦ ନାମକ ଯୁବକ ବିବେକ ଏକ୍ସପ୍ରେସ୍‌ରେ କେରଳ ଅଭିମୁଖେ ଯାଇଥିଲେ । ଟ୍ରେନ୍‌ଟି ବାଉଦପୁର ଷ୍ଟେସନ ପୂର୍ବରୁ ସ୍ଲୋ ହୋଇଥିଲା । ଏହି ସମୟରେ ବିଟୁ ପ୍ରସାଦ ବିବେକ ଏକ୍ସପ୍ରେସ୍‌ରୁ ଓହ୍ଲାଇ ଡାଉନ୍ ଲାଇନ୍‌ରେ ଆସୁଥିବା ଯାଜପୁର ଖଡ଼ଗପୁର ଲୋକାଲ୍‌ ଟ୍ରେନ୍‌ ସାମ୍ନାକୁ ଡେଇଁ ପଡ଼ିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ବିଟୁ ପ୍ରସାଦଙ୍କ ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଜିଆରପି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଭଦ୍ରକ ଜିଆରପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.