ଭୁବନେଶ୍ୱର,୦୮/୦୩: ଯାତ୍ରା କରୁଥିବା ଟ୍ରେନ୍‌ରୁ ଓହ୍ଲାଇ ଆଉ ଏକ ଟ୍ରେନ୍‌ ସାମ୍ନାକୁ ଡେଇଁ ପଡିଲେ ଯୁବକ । ଘଟଣା ସ୍ଥଳରେ ଚାଲିଗଲା ଜୀବନ । ଯୁବକ ଜଣକ କଲିକତାର ବିଟୁ ପ୍ରସାଦ ବୋଲି ଜଣାପଡ଼ିଛି । ଯୁବକଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନ୍‌ ଓ ବାଉଦପୁର ଷ୍ଟେସନ୍‌ ମଝିରେ ଏଭଳି ଘଟଣା ଘଟିଛି । 

ବାଲୁଗାଁ ଗୁଣ୍ଡୁରୁପୁର ଛକରେ ଗୋଷ୍ଠୀ ସଂଘର୍ଷ: ୫ ଆହତ, ଜଣେ ଗୁରୁତର

ସୂଚନା ମୁତାବକ, କଲିକତାର ବିଟୁ ପ୍ରସାଦ ନାମକ ଯୁବକ ବିବେକ ଏକ୍ସପ୍ରେସ୍‌ରେ କେରଳ ଅଭିମୁଖେ ଯାଇଥିଲେ । ଟ୍ରେନ୍‌ଟି ବାଉଦପୁର ଷ୍ଟେସନ ପୂର୍ବରୁ ସ୍ଲୋ ହୋଇଥିଲା । ଏହି ସମୟରେ ବିଟୁ ପ୍ରସାଦ ବିବେକ ଏକ୍ସପ୍ରେସ୍‌ରୁ ଓହ୍ଲାଇ ଡାଉନ୍ ଲାଇନ୍‌ରେ ଆସୁଥିବା ଯାଜପୁର ଖଡ଼ଗପୁର ଲୋକାଲ୍‌ ଟ୍ରେନ୍‌ ସାମ୍ନାକୁ ଡେଇଁ ପଡ଼ିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ବିଟୁ ପ୍ରସାଦଙ୍କ ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଜିଆରପି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଭଦ୍ରକ ଜିଆରପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ।