ପ୍ରମୂଖ ଖବର
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍: ଜଣେ ମୃତ, ଜଣେ ଆହତ
  • ||
  • ବିଧାନସଭାରେ ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ, ଗୃହ ବାହାରେ ଗଙ୍ଗାପାଣି ଛିଞ୍ଚି ଅଭିନବ ପ୍ରତିବାଦ କଲା ବିଜେଡି
  • ||
  • ମୟୂରଭଞ୍ଜ : ଅନ୍ଵେଷା ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ବିଳମ୍ଵିତ ରାତିରେ ହଷ୍ଟେଲ ଛାଡ଼ିଲେ ଅନ୍ତେବାସୀ
  • ||
  • ଦେବଗଡ଼ : ଅଧୁରା ରହିଗଲା ଚାକିରି ସ୍ୱପ୍ନ, ଦୌଡ଼ିବା ବେଳେ ଟଳି ପଡ଼ିଲେ ହୋମଗାର୍ଡ ଆଶାୟୀ
  • ||
  • ଆଇପିଏଲ୍‌ ୨୦୨୫: ଆଜି ସନରାଇଜର୍ସ-ସୁପରଜାଏଣ୍ଟସ ମଧ୍ୟରେ ଲଢ଼େଇ, ବିସ୍ଫୋରକ ବ୍ୟାଟିଂ ମୁଖ୍ୟ ଆକର୍ଷଣ
  • ||
  • ରାୟଗଡ଼ା : ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୩ ଗୁରୁତର
  • ||
  • ସରକାରଙ୍କ ବିରୋଧରେ କଂଗ୍ରେସର ରଣ ହୁଙ୍କାର, ଆଜି ବିଧାନସଭା ଘେରିବ, ରାଜ ରାସ୍ତାରେ ଗର୍ଜିବ
  • ||
  • ରାଜ୍ୟରେ ଉପରମୁହାଁ ତାତି, ୨୯ରୁ ପୁଣି ଜଳାଇବ ଖରା: ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାରେ ୪୦ ଡିଗ୍ରୀ ଟପିବ
  • ||

ବାଲୁଗାଁ ଗୁଣ୍ଡୁରୁପୁର ଛକରେ ଗୋଷ୍ଠୀ ସଂଘର୍ଷ: ୫ ଆହତ, ଜଣେ ଗୁରୁତର

Published By : Harapriya Sethi | March 8, 2025 9:44 AM

ଭୁବନେଶ୍ୱର,୦୮/୦୩: ବାଲୁଗାଁ ଗୁଣ୍ଡୁରୁପୁର ଛକ ପାଲଟିଲା ରଣକ୍ଷେତ୍ର । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଗଣ୍ଡଗୋଳରେ ଜାଳିଦେଲେ ୨ ବାଇକ୍‌ । ଟେକା ପଥର ମାଡ଼ରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଗୁଣ୍ଡୁରୁପୁର ଗାଁରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ସୂଚନା ମୁତାବକ, ବାଲୁଗାଁ ନିକଟସ୍ଥ ଗୁଣ୍ଡୁରୁପୁର ଗାଁରେ କୌଣସି କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ରଣକ୍ଷେତ୍ର ପାଲଟିଲା ଗୁଣ୍ଡୁରୁପୁର ଛକ । ଉଭୟ ଗୋଷ୍ଠୀର ଲୋକେ ପରସ୍ପରକୁ ଟେକା ପଥର ମାରିଥିଲେ । ଏପରିକି ଦୁଇଟି ବାଇକ୍‌କୁ ମଧ୍ୟ ପୋଡ଼ି ଦେଇଥିଲେ । ଗଣ୍ଡଗୋଳ ଭିତରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଛି ପୋଲିସ । ସେପଟେ ଖବର ପାଇ ଖୋର୍ଦ୍ଧା ଏସପିଙ୍କ ସହିତ ବାଲୁଗାଁ ଏସଡିପିଓ ଘଟଣା ସ୍ଥଳ ପରିଦର୍ଶନ କରି ନଜର ରଖିଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଗାଁରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.