ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଗଙ୍ଗୁଆରେ ବୁଡ଼ି ଯୁବକ ମୃତ, ମୃତଦେହକୁ ଉଦ୍ଧାର କରିଥିଲା ଅଗ୍ନିଶମ ଟିମ୍

Published By : Prameya | November 3, 2024 9:12 AM

ଚନ୍ଦ୍ରଶେଖରପୁର,୦୩/୧୧: ମଇଁଷି  ଚରାଇବାକୁ ଯାଇଥିବା ଜଣେ ଯୁବକ ଚକେଇସିହାଣୀ ନିକଟ ଗଙ୍ଗୁଆ ନଦୀରେ  ବୁଡ଼ି ଯିବାରୁ ମୃତ୍ୟୁ ହୋଇଛି । ମୃତ ଯୁବକ  ହେଲେ ୱାର୍ଡ ୧୭ ପଥରବନ୍ଧ ବେହେରା ସାହିର  ଦିପୁନା ବେହେରା(୨୫) । ଅଗ୍ନିଶମ ବାହିନୀ  ପହଞ୍ଚି ନଦୀରେ ଖୋଜାଖୋଜି କରିବା ପରେ ମୃତଦେହକୁ ଉଦ୍ଧାର କରିଛି ।  

ସୂଚନା ଅନୁଯାୟୀ ଦିପୁନା ପିଲାବେଳୁ କଥା  କହି ପାରନ୍ତିନି କି ଶୁଣି ପାରନ୍ତିନି । ପ୍ରତିଦିନ ମଇଁଷିଙ୍କୁ ଧରି ଉକ୍ତ  ନଦୀ କୂଳକୁ ଯାଆନ୍ତି । ସେଠାରେ ଚରାଇବା ପରେ ଅପରାହ୍ଣରେ  ଘରକୁ ଫେରି ଆସନ୍ତି । ଶନିବାର ମଧ୍ୟ ପୂର୍ବାହ୍ନରେ ମଇଁଷିଙ୍କୁ ଧରି ଯାଇଥିଲେ । ନଦୀରେ ମଇଁଷିଙ୍କୁ ଗାଧୋଇ ଦେଉଥିଲେ । ତାଙ୍କର  ଜଣେ ସାଙ୍ଗ ଏହାର ଭିଡିଓ ବନାଉଥିଲେ । ଏହା ପରେ ତାଙ୍କ ସାଙ୍ଗ ଘରକୁ ପଳାଇ ଆସିଥିଲେ । ଅପରାହ୍ଣରେ ମଇଁଷିଗୁଡ଼ିକ ଘରକୁ ଫେରି ଆସିଥିଲେ । ଦିପୁନା କିନ୍ତୁ ଫେରି ନଥିଲେ । ପରିବାର ଲୋକ ତାଙ୍କୁ ଫୋନ୍‌ କରିଥିଲେ ।  ସେ ଫୋନ୍‌ ଉଠାଇନଥିଲେ । ସାହିର କିଛି  ଯୁବକ ନଦୀ କୂଳ ଆଖପାଖରେ ଖୋଜାଖୋଜି  କରିଥିଲେ । ଦିପୁନାଙ୍କ ଡ୍ରେସ, ଚପଲ ଓ ମୋବାଇଲ ନଦୀ  କୂଳରେ ମିଳିଥିଲା । ତେଣୁ ସେମାନେ ନଦୀରେ ବୁଡ଼ି ଯାଇଥିବା  ସନ୍ଦେହ କରିଥିଲେ । ଅଗ୍ନିଶମ କେନ୍ଦ୍ରକୁ ଜଣାଇବା ପରେ କିଛି  ସମୟ ପରେ ଆଗ୍ନିକମାନେ ଟର୍ଚ୍ଚ ଧରି, ଟ୍ୟୁବ୍‌ ଗଙ୍ଗୁଆରେ ପଶିଥିଲେ । ପ୍ରାୟ ୨ ଘଣ୍ଟା  ଖୋଜାଖୋଜି କରିବା ପରେ ରାତି ୯ଟା ୪୫ରେ  ମୃତଦେହ ମିଳିଥିଲା । ମଞ୍ଚେଶ୍ୱର ଥାନା ପୁଲିସ ପହଞ୍ଚି  ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ  ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ  ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.