ଗୁଣୁପୁର,୦୮/୧୦: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଗୋଗୁପାଡୁ ପଞ୍ଚାୟତର ସିକଲା ଗ୍ରାମ ନିକଟସ୍ଥ ଓଣ୍ଡରୁବାଙ୍ଗ୍ ପାହାଡ ଉପରେ ଏକ ମୃତଦେହ ଠାବ । ଗ୍ରାମବାସୀ ମୃତଦେହ ଦେଖିବା ପରେ ନିକଟସ୍ଥ ଥାନାରେ ଖବର ଦେଇଥିଲେ । ମୃତ ବ୍ଯକ୍ତି ହେଲେ ପାବଲା ପାରେୟା । ତାଙ୍କ ଘର ବିଜୟ ନଗର ଜିଲ୍ଲା ଓଣ୍ଡରୁବାଙ୍ଗରେ ବୋଲି ଆଧାର କାର୍ଡରୁ ଜଣାପଡ଼ିଛି। ମୃତକଙ୍କ ଶରୀରରେ ଗୁଳି ବାଜିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ତେବେ କିଏ ଏବଂ କାହିଁକି ତାଙ୍କୁ ଗୁଳି ମାରିଲେ କାରଣ ଅସ୍ପଷ୍ଟ ରହିଛି ।
ଅନ୍ଯପକ୍ଷେ ଗ୍ରାମବାସୀମାନେ ଘଟଣା ସମ୍ପର୍କରେ ପାର୍ବତୀପୁର ପୁଲିସକୁ ଜଣାଇଥିଲେ । ହେଲେ ଏହା ଓଡିଶାର ବୋଲି କହି ପଠାଇ ଦେଇଥିଲେ ।ଏହାପରେ ରାମନାଗୁଡା ପୁଲିସକୁ ସୂଚନା ଦେଇ ଗ୍ରାମବାସୀମାନେ ବ୍ଯବଛେଦ ପାଇଁ ଗୁଣୁପୁର ପହଞ୍ଚିଛନ୍ତି। ତେବେ ଆନ୍ଧ୍ର ପ୍ରଦେଶର ଏହି ବ୍ଯକ୍ତିକୁ ପାହାଡ ଉପରେ କିଏ ଏବଂ କାହିଁକି ଗୁଳିମାରିଲା ସେ ସମ୍ପର୍କରେ କୌଣସି ସୂଚନା ନାହିଁ । ସେପଟେ ମୃତ ବ୍ଯକ୍ତିଙ୍କ ବ୍ଯବଚ୍ଛେଦ ପାଇଁ ଗୁଣୁପୁର ଡାକ୍ତରଖାନାରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଘଟଣାର ଅଧିକ ଅନୁସନ୍ଧାନ ଆରମ୍ଭ ହୋଇଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ କିଛି ସମୟରେ ପହଞ୍ଚିବେ ବୋଲି ରାମନାଗୁଡା ଆଇଆଇସି ସୁନିତା ବେହେରା କହିଛନ୍ତି।