କରଞ୍ଜିଆ, ୦୧/୧୦ : ସେଲ୍‌ଫି ନେବା ହେଲା କାଳ । ସେଲ୍‌ଫି ନେଉଥିବା ବେଳେ ନଦୀରେ ଭାସିଗଲେ ଯୁବକ । ୧୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏବେ ଯାଏଁ ମିଳିନି ଯୁବକଙ୍କ ପତ୍ତା । ନିଖୋଜ ଯୁବକ ଜଣକ ମୁର୍ଶୀଦାବାଦର ସାହୀନ ଆଲାମ। ସେ ଯଶୀପୁରରେ ରହି ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ସ୍ଥିତ ଭଣ୍ଡନ ନଦୀରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟା ସମୟରେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ସ୍ଥିତ ଭଣ୍ଡନ ନଦୀର ରାମତୀର୍ଥ ଘାଟରେ ମୁର୍ଶୀଦାବାଦର ସାହୀନ ଆଲାମ ସେଲ୍‌ଫି ନେଉଥିଲେ । ଏହି ସମୟରେ ଯୁବକଙ୍କ ଗୋଡ଼ ଖସି ଯାଇ ନଦୀର ପ୍ରଖର ସୁଅର ଭାସିଯାଇଥିଲେ । ଯାହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ନିଖୋଜ ଘଟଣାକୁ ୧୬ ଘଣ୍ଟା ବିତିଯାଇଛି । ହେଲେ ଏବେ ସୁଦ୍ଧା ଯୁବକଙ୍କ ପତ୍ତା ମିଳିନାହିଁ । ଅଗ୍ନିଶମ ବାହିନୀ ଖୋଜାଖୋଜି  ଜାରି ରଖିଥିବା ବେଳେ ଯଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।