ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକ ପାଖରୁ ୮୦ ଲକ୍ଷ ଟଙ୍କା ଠକି ନେଲା ପ୍ରେମିକା, ଉପରାଷ୍ଟ୍ରପତିଙ୍କ ପାଖରେ ପହଞ୍ଚିଲା ମାମଲା

Published By : Tapas Panda | May 15, 2025 11:13 PM

Image Courtesy: indiatv

ଭୋପାଳ: ପ୍ରେମିକା କଥା ଦେଇଥିଲା ବିବାହ କରିବ । ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକ ପାଖରୁ ୮୦ ଲକ୍ଷ ଟଙ୍କା ବି ନେଇଥିଲା । କିନ୍ତୁ କିଛି ଦିନ ପରେ ଅନ୍ୟ ଏକ ଯୁବକଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଗଲା । ଏକଥା ଜାଣିବା ପରେ ପ୍ରେମିକଙ୍କ ଅକଲ ଗୁଡୁମ । ଆଉ ଏହି ମାମଲା ଏବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ପାଖରେ ପହଞ୍ଚିଛି । ମଧ୍ୟପ୍ରଦେଶର ରେୱାରେ ଜଣେ ଯୁବକ ଏଭଳି ଠକାମୀର ଶିକାର ହୋଇଛନ୍ତି । ରେୱାର ବାସିନ୍ଦା ବିବେକ ଶୁକ୍ଳା ତାଙ୍କ ପ୍ରେମିକାଙ୍କ ଉପରେ ବିବାହର ମିଛ ପ୍ରତିଶ୍ରୁତି ଦେଇ ଅନ୍ୟ କାହା ସହିତ ନିର୍ବନ୍ଧ କରାଇବା ବାହାନାରେ ତାଙ୍କଠାରୁ ୮୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି। 

ସୂଚନା ଅନୁଯାୟୀ, ରେୱାର ବାସିନ୍ଦା ବିବେକ ଶୁକ୍ଳା ୮୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ କରି ଥାନାରେ ଏକ ଏଫଆଇଆର ଦାୟର କରିଥିଲେ। ବିବେକ ଶୁକ୍ଳା ଦାବି କରିଛନ୍ତି ଯେ, ତାଙ୍କ ପ୍ରେମିକା ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ବିପୁଳ ପରିମାଣର ଟଙ୍କା ଆଦାୟ କରିଥିଲେ ଏବଂ ତା’ପରେ ଅନ୍ୟ କାହା ସହିତ ନିର୍ବନ୍ଧ କରିଥିଲେ। ଯୁବକ ଜଣଙ୍କ ଫେବୃଆରୀ ମାସରେ ଆମହିଆ ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଥିଲେ। 

ପୋଲିସ ତଦନ୍ତ କରି ଅଭିଯୋଗଗୁଡ଼ିକ ସତ୍ୟ ବୋଲି ଜାଣିଥିଲା ଏବଂ ପ୍ରେମିକାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ସେପଟେ ପ୍ରେମିକା FIR ରଦ୍ଦ କରିବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ କିନ୍ତୁ କିଛି ଲାଭ ପାଇଲେ ନାହିଁ । ଏହି ମାମଲା ବର୍ତ୍ତମାନ ରେୱା କୋର୍ଟରେ ବିଚାରାଧୀନ ଅଛି । ମାନହାନୀ ପାଇଁ କ୍ଷତିପୂରଣ ଦାବି କରିଛନ୍ତି ଯୁବତୀ । ଏବେ ଏହି ମାମଲା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ପାଖରେ ପହଞ୍ଚିଛି । ଯୁବକ ଜଣକ ତାଙ୍କ ଅଭିଯୋଗର ପତ୍ର ରାଷ୍ଟ୍ରପତି ଭବନକୁ ପଠାଇଛନ୍ତି । 

ବିବେକ ଶୁକ୍ଳା କହିଛନ୍ତି ଯେ, ସେ ୧୮ ଏପ୍ରିଲ ୨୦୨୫ରେ ଦେଶର ଉପରାଷ୍ଟ୍ରପତିଙ୍କ ନିକଟକୁ ଏ ସମ୍ପର୍କରେ ଏକ ଅଭିଯୋଗ ମଧ୍ୟ ପଠାଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିବେକ ଶୁକ୍ଳା କହିଛନ୍ତି ଯେ, ତାଙ୍କ ପ୍ରେମିକା ୮୦ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏହି ମାମଲା ବର୍ତ୍ତମାନ ହାଇକୋର୍ଟରେ ବିଚାରାଧୀନ ଅଛି । ସେ କହିଛନ୍ତି ଯେ, ଯୁବତୀ ଜଣଙ୍କ ତାଙ୍କ ବଡ଼ ବାପାଙ୍କ ଝିଅ ମାଧ୍ୟମରେ ଥାନାରେ ଧାରା ୩୫୪ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲେ । ତଦନ୍ତ ସମୟରେ ତାହା ମଧ୍ୟ ମିଥ୍ୟା ବୋଲି ଜଣାପଡିଥିଲା । ଏହା ପରେ ବିବେକ ତାଙ୍କ ପ୍ରେମିକାଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଛନ୍ତି । 

ଏନେଇ କୋର୍ଟ ପକ୍ଷରୁ ଏକ ନୋଟିସ ମଧ୍ୟ ଜାରି କରାଯାଇଛି। ଯୁବକ ଜଣଙ୍କ କହିଛନ୍ତି ଯେ, ନିଜକୁ ବଞ୍ଚାଇବା ପାଇଁ ଯୁବତୀ ତାଙ୍କ ବିରୋଧରେ ଅନେକ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ କୌଣସି ବୁଝାମଣାର ପ୍ରଶ୍ନ ଉଠୁନାହିଁ। ପ୍ରେମିକା ତାଙ୍କୁ ବିଶ୍ୱାସଘାତକତା କରିଛି ବୋଲି କହିଛନ୍ତି ବିବେକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.