ସିନ୍ଧେକେଲା, ୨୮/: ସିନ୍ଧେକେଲା ଅଞ୍ଚଳରେ ଲଗାଣ ବର୍ଷା ଓ ଇନ୍ଦ୍ର ଜଳ ସେଚନ ତିଖାଳିଡ୍ୟାମ୍ ପାଣି ପ୍ରବାହିତ ହେବା ଫଳରେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ଦେଖା ଦେଇଛି ଉନ୍ଦେର ନଦୀର ଦୁଇ ମୁଣ୍ଡରେ ପାଣି ପ୍ରବାହିତ ହେଉଛି ଯାହା ଫଳରେ କୌଣସି କାରଣ ବଶତଃ ଉନ୍ଦେର ନଦୀରେ ଗୋଟିଏ ଷଣ୍ଢ ଭାସି ଯାଇଥିଲା । ଅଗ୍ନିଶମ ବାହିନୀ ପ୍ରୟାସ କରି ବିଫଳ ହେବା ପରେ ଜଣେ ସ୍ଥାନୀୟ ଯୁବକ ଷଣ୍ଢଟିକୁ ଉଦ୍ଧାର କରିଛନ୍ତି । ସାହସୀ ଯୁବକ ହେଉଛନ୍ତି ସିନ୍ଧେକେଲା ଗାଁର ଡମ୍ବରୁ ଧର ଥାପା

ସୂଚନା ମୁତାବକ, ଉନ୍ଦେର ନଦୀରେ ଗୋଟିଏ ଷଣ୍ଢ ଭାସି ଯାଇଥିଲା । ନଦୀ ମଝିରେ ଥିବା ପଥର ଚଟାଣ ଉପରେ ବହୁ ସମୟ ଧରି ଅପେକ୍ଷା କରି ଥିବା ବେଳେ ସ୍ଥାନୀୟ ଲୋକ ଦେଖି ବଙ୍ଗୋମୁଣ୍ଡା ଅଗ୍ନିବାହିନୀକୁ ଖବର ଦେଇଥିଲେ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରୟାସ କରିଥିବା ବେଳେ ସାହସ ଜୁଟା ନପାରି ଫେରି ଯାଇଥିଲେ। ସିନ୍ଧେକେଲା ଗାଁର ଡମ୍ବରୁ ଧର ଥାପା ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ଏହି ଷଣ୍ଢକୁ ନଦୀ ଗର୍ଭରେ ଥିବା ଦେଖିଥିଲେ ପରେ ଘରକୁ ଆସି ପୁଣି ଦୁଇ ଘଣ୍ଟା ପରେ ଉକ୍ତ ସ୍ଥାନରେ ପହଞ୍ଚି ଥିଲେ ନିଜ ଜୀବକୁ ବାଜି ଲଗାଇ ନଦୀ ଭିତରୁ ଡେଇଁ ଷଣ୍ଢକୁ ଉଦ୍ଧାର କରିଥିଲେ ଏଭଳି ସାହସିକତା ଯୋଗୁଁ ଷଣ୍ଢଟିର ଜୀବନ ବଞ୍ଚି ଯାଇଛି ଦିନକୁ ଦିନ ଅଧିକ ପାଣି ପ୍ରବାହିତ ହେଉଛି ଯଦି ଶନିବାରଣ୍ଢଟିକୁ ଉଦ୍ଧାର କରାଯାଇ ନଥାନ୍ତା ତାହେଲେ  ଷଣ୍ଢର ମୃତ୍ୟୁ ହୋଇଥାନ୍ତା ଏଭଳି ସାହାସିକତା ଦେଖାଇ ଷଣ୍ଢକୁ ଉଦ୍ଧାର କରିଥିବା ଯୋଗୁଁ ଅଞ୍ଚଳରେ ଡମ୍ବରୁ ଥପାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ​​​​​​​