ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମାନବିକତା : ରାସ୍ତାରୁ ପାଇଥିବା ଟଙ୍କା ଓ ମୋବାଇଲ ଫେରାଇଲେ ଯୁବକ

Published By : Suraj Kumar | February 11, 2025 7:45 PM

ଫିରିଙ୍ଗିଆ, ୧୧/୨ ; ରାସ୍ତାରୁ ପାଇଥିଲେ ୭୦ ହଜାର ଟଙ୍କା ଓ ଦାମୀ ମୋବାଇଲ।   କିନ୍ତୁ ଏହାକୁ ନିଜ ପାଖରେ ନ ରଖି ହଜାଇଥିବା  ଲୋକଙ୍କୁ  ଫେରାଇ ଦେଲେ। ଏପରି ଏକ କାମ କରି ମାନବିକତାର ପରିଚୟ ଦେଇଛନ୍ତି ଫିରିଙ୍ଗିଆ ବ୍ଲକ ଗେରୁ ପଡା ଗାଁର ସନମତ ସାହୁ । ତାଙ୍କର ଏପରି ମହତ କାମ ପାଇଁ ସମସ୍ତେ ତାଙ୍କର ପ୍ରଂଶସା କରିଛନ୍ତି। 

ଟିକାବାଲି ବ୍ଲକ ଗସାଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକ୍ରମ ପ୍ରଧାନଙ୍କ ସ୍ତ୍ରୀ ମିଙ୍ଗୁନ ପଦର ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା  କରିନ୍ତି।  ତାଙ୍କୁ ଧରି ବିକ୍ରମ ଵାଲକି ଡାଡି ଦେଇ ମିଙ୍ଗୁନ ପଦର କେଳା ପଡା ବାଇପାସ ରାସ୍ତାରେ ଯାଉଥିଲେ l ଟିକାବାଲି ରୁ ଆସି ବାଲକିଡାଡି ଦେଇ କେଳାପଡା ରାସ୍ତାର ଉର୍କିଆ ଗାଁ ରାସ୍ତାରେ ଅସାବଧାନତାରୁ ନଗଦ ୭୦ ହଜାର ଟଙ୍କା ଓ ଦାମୀ ମୋବାଇଲଟି ଖସି ପଡିଥିଲା । କିନ୍ତୁ ଏହା ବିକ୍ରମ ଜାଣି ପାରିନଥିଲେ l ଏହି ଘଟଣା ପରେ ଶିକ୍ଷକ ଜଣକ ନିଜ ସ୍ତ୍ରୀଙ୍କୁ ମିଙ୍ଗୁନ ପଦର ପ୍ରାଥମିକ ବିଦ୍ୟାଳୟ ରେ ଛାଡି ଦେଖିଲା ବେଳକୁ ନିଜ ପାଖରେ ଟଙ୍କା ଓ ମୋବାଇଲ ନ ଥିବାରୁ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ l ଏହି ଘଟଣା କୁ ନେଇଁ ଫିରିଙ୍ଗିଆ ଥାନା ରେ ଲିଖିତ ଭାବରେ ଜଣାଇଥିଲେ । ଫିରିଙ୍ଗିଆ ଥାନା ତରଫରୁ ଟଙ୍କା ଓ ମୋବାଇଲ ଫେରି ପାଇବାକୁ ଚେଷ୍ଟା କରାଯାଇଥିଲା l   ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଗୃହ ରଖି ସତ୍ୟବାନ ସାହୁ ଏବଂ ଥାନାରେ କାର୍ଯ୍ୟରତ ଏଏସଆଇ ଶ୍ରୀକାନ୍ତ ପାତ୍ର  ହଜିଥିବା ଟଙ୍କା ପାଇବାକୁ ଚେଷ୍ଟା    କରିଥିଲେ।  ଏହି ଘଟଣା ପରେ ହଜିଥିବା ଟଙ୍କା ଓ ମୋବାଇଲ ପାଇଥିବା ଗେରୁପଡା ଗାଁର ସନମତ ସାହୁଙ୍କ ସହ ଯୋଗାଯୋଗ କରିଥିଲେ ଗେରୁ ପଡା ଗାଁ ର ସତ୍ୟବାନ ସାହୁ l ଗତ ୭ ତାରିଖରେ ଟଙ୍କା ଓ ମୋବାଇଲ ହଜିଥିବା ବେଳେ ଆଜି ଫିରିଙ୍ଗିଆ ଥାନାରେ ମୋବାଇଲ ଓ ନଗଦ ଟଙ୍କା ଫେରାଇଛନ୍ତି ଗେରୁପଡା ଗାଁ ର ସନମତ।  ନିଜ ଟଙ୍କା ଓ ମୋବାଇଲ ଫେରି ପାଇଥିବାରୁ ଫିରିଙ୍ଗିଆ ଥାନା ରେ କାର୍ଯ୍ୟରତ ଗୃହ ରଖି ସତ୍ୟବାନ  ଓ  ଏଏସଆଇ ଶ୍ରୀକାନ୍ତ ପାତ୍ର ଓ ଟଙ୍କା ଓ ମୋବାଇଲ ପାଇଥିବା ଗେରୁ ପଡା ଗାଁର ସନମତ ସାହୁ ଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଅନ୍ୟ ପଟେ ମୋବାଇଲ ଟଙ୍କା ଫେରାଇ ମାନବିକତା ର ପରିଚୟ ଦେଇ ଲୋକଙ୍କ ପାଇଁ ଉଦାହରଣ ପାଲଟିଥିବାରୁ ସନମତଙ୍କୁପ୍ରଶଂସା କରିଛନ୍ତି ଅଞ୍ଚଳ ର ଜନସାଧାରଣ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.