ହିନ୍ଦୋଳ, ୧୧/୦୯: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ରାସୋଳ ସେକ୍ସନ ବାଲିକିଆରୀ ଗ୍ରାମରେ ଅଘଟଣ । ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି I ଗୁରୁତର ଯୁବକ ହେଲେ ବାଲିକିଆରୀ ଗ୍ରାମର ପ୍ରକାଶ ସାହୁ ବୟସ (୪୫ ବର୍ଷ) I ତାଙ୍କୁ ଗୁରୁତର ଆବସ୍ଥାରେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଗୁରୁବାର ସକାଳ ୬ଟାରେ ପ୍ରକାଶ ଗାଁ ମଝିରେ ଫୁଲଗଛରୁ ଫୁଲ ତୋଳୁଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ I ଜୀବନ ବଞ୍ଚାଇବାକୁ ଯାଇ ପ୍ରକାଶ ସାହୁ ଗୋଟିଏ ଟ୍ରାକ୍ଟର ତଳେ ପଶିଯାଇଥିଲେ I କିନ୍ତୁ ନରହନ୍ତା ହାତୀଟି ଟ୍ରାକ୍ଟରକୁ ଘୋଷାଡ଼ି ପ୍ରକାଶଙ୍କୁ ଆକ୍ରମଣ କରିଥିଲା I ପ୍ରକାଶଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚି ଯିବାରୁ ହାତୀ ସେଠାରୁ ଚାଲିଯାଇଥିଲା । ଟ୍ରାକ୍ଟର ତଳେ ପ୍ରକାଶ ରହିଥିବାରୁ ତାଙ୍କ ଦେହରେ ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି I