ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ବିବାହ ପାଇଁ ସଫ୍ଟୱେର ଇଞ୍ଜିନିୟରଙ୍କୁ ଯୁବତୀଙ୍କ ବ୍ଲାକମେଲିଂ, ଜୀବନରୁ ମାରିଦେବାକୁ ଦେଲେ ଧମକ

Published By : Prameya | July 16, 2025 11:25 AM

ଭୁବନେଶ୍ୱର,୧୬/୦୭: ପ୍ରଥମ ସ୍ତ୍ରୀଙ୍କ ଛାଡ଼ପତ୍ର ପରେ ମାନସିକ ଦୁଶ୍ଚିନ୍ତାରେ ଥିଲେ । ଏହାରି ମଧ୍ୟରେ ବେଙ୍ଗାଲୁରୁରେ ରହୁଥିବା ଗଞ୍ଜାମର ଜଣେ ଯୁବତୀଙ୍କୁ ବିବାହ ପାଇଁ ପରିବାରଲୋକ  ଠିକ କରିଥିଲେ । ପ୍ରଥମ ସ୍ତ୍ରୀଙ୍କୁ ଛାଡିବା ପରେ ଦ୍ୱିତୀୟ ବିବାହ ପାଇଁ ଇଚ୍ଛା ନଥିଲା । ହେଲେ ଉକ୍ତ ଯୁବତୀ ଏବେ ବିବାହ ପାଇଁ  ଜିଦ୍‌ ଧରିଛି । ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକମେଲିଂ କରିବା ସହ ଏପରିକି ବାହା ନହେଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ଯୁବତୀଙ୍କ ବ୍ଲାକମେଲିଂର ଶିକାର ହୋଇ ଏୟାରଫିଲ୍ଡ ଥାନାରେ ଏତଲା ଦେଇଛନ୍ତି ଜଣେ ସଫ୍ଟୱେୟାର ଇଞ୍ଜିନିୟର । 

ସୁନ୍ଦରପଦା ପଧାନସାହିରେ ରୁହନ୍ତି ସଫ୍ଟୱେୟାର ଇଞ୍ଜିନିୟର ବିନୟ କୁମାର ପାତ୍ର । ସେ ଏବେ ଗୁରଗାଓଁରେ ରହି କାମ କରୁଛନ୍ତି । ଅପରପକ୍ଷେ,  ଗଞ୍ଜାମର ଉକ୍ତ ଯୁବତୀଜଣଙ୍କ ବେଙ୍ଗାଲୁରୁର ଏକ ଓୟୋରେ ସେଲ୍ସ ଗାର୍ଲ ଭାବେ ଚାକିରି କରିଛନ୍ତି । ବିନୟଙ୍କ ସହ ଉକ୍ତ ଯୁବତୀଙ୍କ ବିବାହ ପ୍ରସ୍ତାବ ଆସିଥିଲା । ହେଲେ ବିନୟ ବିବାହ କରିବାକୁ ମନା କରିଥିଲେ । ପରିବାରଲୋକଙ୍କ ଅନୁରୋଧ ପରେ ସେ ଯୁବତୀଙ୍କୁ ମଧ୍ୟ ଦେଖାକରିଥିଲେ । ହେଲେ ବିନୟଙ୍କ ବିବାହ ଇଚ୍ଛା ନଥିବା ଜାଣି ଯୁବତୀ ତାଙ୍କୁ ଧମକଚମକ ଦେଉଛନ୍ତି । ବିବାହ ନକଲେ ତାଙ୍କ ନାମରେ ମିଥ୍ୟା ଦୁଷ୍କର୍ମ ଅଭିଯୋଗ ଆଣିବାକୁ କହୁଛନ୍ତି । ଏପରିକି ହତ୍ୟା ଧମକ ମିଳୁଥିବା ବିନୟ ଏତଲାରେ ଦର୍ଶାଇଛନ୍ତି । ଏୟାରଫିଲ୍ଡ ପୁଲିସ  କେସ୍‌ ନଂ-୨୪୭ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.