ଫିରିଙ୍ଗିଆ, ୩୦।୧୦ :  ବାଇକ ଚୋରି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି  ଫିରିଙ୍ଗିଆ ପୋଲିସ କୋର୍ଟ ଚାଲାଣ କରିଛି I ଯୁବକ ଜଣକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଡିଣ୍ଡିରାଗାଁ ର ସିଶିର ଦିଗାଲ ।

 ମଙ୍ଗଳବାର ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ  ନିରାକାର ମହାରଣା ନିଜ ବାଇକକୁ ବ୍ଲକ ପରିସରରେ ରଖି ନିଜ କାର୍ଯ୍ୟାଳୟକୁ ଯାଇଥିଲେ I କାର୍ଯ୍ୟାଳୟରୁ କାମ ସାରି ଘରକୁ ଯିବା ସମୟରେ ବାଇକଟି ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ  । ଏ ନେଇ ନିରାକାର  ଫିରିଙ୍ଗିଆ ଥାନାରେ ଏକ ଲିଖିତ  ଅଭିଯୋଗ କରିଥିଲେ I 

କର୍ମଚାରୀଙ୍କ ଅଭିଯୋଗ ଆଧାରରେ ପୋଲିସ ବ୍ଲକ ପରିସରରେ ଲାଗିଥିବା ସିସିଟିଭି କୁ ଯାଞ୍ଚ କଲାପରେ ର ସିଶିର ଦିଗାଲ ବାଇକ ଚୋରି କରିଥିବା ଜଣାପଡିଥିଲା I ପରେ ବୁଧବାର ରାତିରେ ପୋଲିସ ର ଏକ ଟିମ ଅଭିଯୁକ୍ତ ଘରେ ଚଢ଼ାଉ କରି ଚୋରି ବାଇକ କୁ ଜବତ କରିବା ସହ ସିଶିରଙ୍କୁ ଘରୁ ଗିରଫ କରିବାରେ ସଫଳ ହୋଇଥିଲା I ତେବେ ଏହି ଘଟଣାର ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି I