ମାଲକାନଗିରି, ୨୦/୧୨ : ନାବାଳିକା ବଳାତ୍କାର ଅଭିଯୋଗରେ ଜଣେ ଯୁବକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମାଲକାନଗିରି ଆଦର୍ଶ ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକାକୁ ବଳାତ୍କାର କରାଯାଇଥୁବା ନେଇ ପରିବାର ଲୋକେ ମାଲକାନଗିରି ଥାନାରେ ଅଭିଯୋଗ କରିଛନ୍ତି । ଏତଲାକୁ ଭିତ୍ତି କରି ମାଲକାନଗିରି ପୁଲିସ ବିଭିନ୍ନ ସ୍ଥାନରେ ଖୋଜି ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ମାଲକାନଗିରି ବ୍ଲକସ୍ଥ ଏମ୍ଭି ୪ଗ୍ରାମର ଦୀପକ ବାରୋଇ ।
ସୂଚନା ଅନୁଯାୟୀ, ମାଲକାନଗିରି ଥାନା ଅଞ୍ଚଳର ଦମ୍ପତି ଗତ ୧୫ତାରିଖରେ କୌଣସି କାମରେ ବାହାରକୁ ଯାଇଥୁବା ବେଳେ ୧୨ବର୍ଷର ନାବାଳିକା ଝିଅ ଏକାକୀ ଘରେ ଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କ ଘରେ ପଶି ନାବାଳିକାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ । ନାବାଳିକା ଜଣଙ୍କ ଚିତ୍କାର କରିବାରୁ ତାଙ୍କ ବଡ଼ ଭଉଣୀ ଓ ପଡ଼ୋଶୀ ପହଁଚି ଦୀପକକୁ ଦେଖି ପାଟି କରିବାରୁ ଅଭିଯୁକ୍ତ ଧମକ ଦେଇ କହିଥିଲେ କାହାକୁ କହିଲେ ଜୀବନରେ ମାରି ଦେବୀ ଧମକ ଦେଇ ଦୌଡ଼ି ପଳାଇ ଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି।
ଏ ସମ୍ପର୍କରେ ଦମ୍ପତି ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତ ଦୀପକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ମାଲକାନଗିରି ଥାନା ଆଇଆଇସି ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।