ଫିରିଙ୍ଗିଆ,୨୨/୫ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ପୋଲିସ ଗୁରୁବାର ୫୦କିଲୋ ଗଞ୍ଜେଇ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି I ଗିରଫ ଅଭିଯୁକ୍ତ ଜଣକ ଗୋଛାପଡ଼ା ଥାନା ଅଧୀନରେ ଥିବା କଟରିଙ୍ଗିଆ ପଞ୍ଚାୟତ ନେଡିପାଙ୍ଗା ଗାଁର ଚିତ୍ରସେନ କହଁର ବୋଲି ଜଣାପଡ଼ିଛି I
ସୂଚନା ଅନୁସାରେ ଗିରଫ ବ୍ୟକ୍ତି ଜଣକ ଦୁଇଟି ଗଞ୍ଜେଇ ଭର୍ତ୍ତି ବସ୍ତା ଧରି କଟରିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ପାଙ୍ଗାପାଜୁ ଗାଁ ନିକଟ ମୁଖ୍ୟ ରାସ୍ତାରେ ଚାଲାଣ ପାଇଁ ବସକୁ ଅପେକ୍ଷା କରିଥିଲା । ଏହି ଖବର ବିଶ୍ବସ୍ତ ସୂତ୍ରରୁ ପୋଲିସକୁ ମିଳିଥିଲା I ଖବରପାଇ ଫୁଲବାଣୀ ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସଏଇ ଅନନ୍ତ ପ୍ରଧାନ ଏକ ଟିମ୍ ସହ ଉକ୍ତ ସ୍ଥାନରେ ପହଂଚି ଗଞ୍ଜେଇ ଭର୍ତ୍ତି ବସ୍ତା ସହ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲେ I
ତେବେ ଏହି ଗଞ୍ଜେଇ ଜବତ ଘଟଣାକୁ ନେଇ ଗୋଛାପଡା ଥାନାରେ କେଶ ନଂ ୧୧୪/୨୦୨୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଘଟଣାର ତଦନ୍ତ କାରି ପୋଲିସ ଅଧିକାରୀ ଅନନ୍ତ ପ୍ରଧାନ I