ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ପ୍ରେମିକାର ଘର ଆଗରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ,ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି

Published By : prameya | March 18, 2025 1:31 PM

ଭୁବନେଶ୍ବର,୧୮/୦୩: ପ୍ରେମିକାର ଘର ଆଗରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ପେଟ୍ରୋଲ ଢାଳି ଦେହରେ ଲଗାଇଲେ ନିଆଁ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି । ନୟାଗଡ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା । ଗୁରୁତର ଯୁବକ ଜଣକ ହେଲେ କଟକ ଜିଲ୍ଲା କିଶୋରନଗର ଥାନା ଯାଞ୍ଚପଡା ଗାଁର କରୁଣାକର ଦାସଙ୍କ ପୁଅ ଲିଟୁଆ ଦାସ ବୋଲି ଜଣାପଡ଼ିଛି । 

ଏହା ମଧ୍ୟ ପଢନ୍ତୁ-  ପାରିବାରିକ କଳହରୁ ଉଗ୍ରରୂପ: ସାନଭାଇର କାନକୁ କାମୁଡ଼ି ଛିଣ୍ଡାଇ ଦେଲା ବଡ଼ଭାଇ

ସୂଚନା ମୁତାବକ,  ନୟାଗଡ଼ ଲାଠିପଡ଼ା ଗାଁର ଜଣେ ଯୁବତୀଙ୍କୁ ଭଲପାଇ କଟକ ମଙ୍ଗଳାବାଗ ଅଞ୍ଚଳରେ  ନେଇ ରଖିଥିଲେ ଲିଟୁଆ । ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ଯରେ ମନମାଳିନ୍ଯ ହୋଇ ଯୁବତୀ ଜଣଙ୍କ ନିଜ ଘରକୁ ଚାଲି ଆସିଥିଲେ । ଏନେଇ ଆଜି ଲିଟୁଆ ଯୁବତୀ ଜଣଙ୍କୁ ଡାକିବା ପାଇଁ  ଲାଠିପଡ଼ା ଆସିଥିଲେ । 

ହେଲେ ଯୁବତୀଙ୍କ ଭଉଣୀମାନେ ଛାଡିବା ପାଇଁ  ମନା କରିଦେଇଥିଲେ। ଯାହାକୁ ନେଇ ଲିଟୁଆ ସ୍ଥାନୀୟ ଅଞ୍ଚଳରୁ ପେଟ୍ରୋଲ ଆଣି ଯୁବତୀଙ୍କ ଘର ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ  । ଏନେଇ ତାଙ୍କୁ ଗୁରୁତର ଅବସ୍ଥାରେ  ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଶରୀରର ଶତ ପ୍ରତିଶତ ପୋଡ଼ି ଯାଇଥିବା ଡ଼ାକ୍ତରଖାନା କହିଛନ୍ତି । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.