ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ପରିତ୍ୟକ୍ତ କୂଅରେ ଯୁବକଙ୍କ ମୃତଦେହ ଭାସିବା ଘଟଣା: ୩ ଅଟକ, ଗ୍ରାମବାସୀ ଓ ପରିବାର ପକ୍ଷରୁ ଥାନା ଘେରାଉ

Published By : Swapna Ray | June 30, 2025 12:37 PM

କଣ୍ଟାବାଞ୍ଜି, ୩୦।୬: ତୁରେଇକେଲା ଯିବା ରାସ୍ତାର ନୂଆ ବସ୍‌ଷ୍ଟାଣ୍ଡ ପଛପଟେ ଥିବା ଏକ ପରିତ୍ୟକ୍ତ କୂଅରେ ରବିବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ପୋଲିସ ଏବଂ ଅଗ୍ନିଶମ ବିଭାଗ ଦ୍ୱାରା କୂଅରୁ ମୃତଦେହ ଉଦ୍ଧାର ହେବା ପରେ ପରିବାର ଲୋକ ଚିହ୍ନଟ କରିଥିଲେ । ଗତକିଛି ଦିନ ତଳେ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡୁମେରଚୁଆ ଗାଁ ରକୁଞ୍ଜ ମାଝୀ ନାମକ ଯୁବକ ରାତିରେ ଘରେ ଥିବାବେଳେ ତାଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା, ପରେ ସେ ରାତିରେ ଘରୁ ବାହାରି ଚାଲିଯାଇଥିଲେ । ପରେ ସେ ଘରକୁ ନ ଫରିବାରୁ ପରିବାର ଲୋକ ବହୁତ ଖୋଜା ଖୋଜି କରିଥିଲେ । ଶେଷରେ ଥାନରେ ଏକ ନିଖୋଜ ଅଭିଯୋଗ ଦେଇଥିଲେ । 

ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ କରୁଥିବାବେଳେ ଗତକାଲି କୂଅରେ ଏକ ମୃତଦେହ ଭାସୁଥିବାର ଜଣାପଡ଼ିଥିଲା । ପରେ ମୃତଦେହକୁ ପରିବାର ଲୋକେ ଚିହ୍ନଟ କରିବା ପରେ କୁଞ୍ଜକୁ କେହି ହତ୍ୟାକରି କୂଅରେ ଫିଙ୍ଗିଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ପୁଲିସ ତଦନ୍ତ କରି ୩ ଜଣଙ୍କୁ ଥାନାରେ ଅଟକ ରଖିଛି । ଗ୍ରାମବାସୀ ଓ ପରିବାର ଲୋକ ଉଚିତ୍ ନ୍ୟାୟ ସାଙ୍ଗକୁ ଦୋଷୀକୁ ଫାଶୀ ଦେବାକୁ ଦାବି କରି ଥାନା ଘେରାଉ କରିଛନ୍ତି । ଥାନା ଅଧିକାରୀ ରଶ୍ମିତା ବେହେରା, ଏସ୍‌ଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି, ବିଧାୟକ ଲଖମନ୍ ବାଗ୍ ପ୍ରମୁଖ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଏମାନେ ସମସ୍ତେ ନିଜ ଜିଦ୍‌ରେ ଅଡ଼ି ବସିଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.