ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ବଜ୍ରାଘାତରେ ଯୁବକ ଗୁରୁତର

Published By : Ladu Kishor | May 30, 2025 10:59 PM

ହରଭଙ୍ଗା: ୩୦/୫ ବୌଦ୍ଧ ଜିଲ୍ଲାରେ ହରଭଙ୍ଗା, ବୌଦ୍ଧ, କଣ୍ଟାମାଳ ବ୍ଲକରେ ମୌସୁମୀ ବର୍ଷା ଆସିବା ପୂର୍ବରୁ ଅଦିନିଆ ବର୍ଷା ୪ ଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଛି l ଏପରିକି କଣ୍ଟାମାଳ ବ୍ଲକରେ ଅତ୍ୟଧିକ ବର୍ଷା ହେତୁ ଘଣ୍ଟାପଡା ପଂଚାୟତ ମାଣ୍ଡିଆ ଜୋର -ରେକ ଡୋଲ ରାସ୍ତାର ସମଲେଶ୍ୱରୀ ନାଳ ଉପରେ ଗତ କାଲି 5ଫୁଟ ର ପାଣି ଯାତାୟାତ କରି ଥିବାରୁ 3ଖଣ୍ଡ ପଂଚାୟତ ଯୋଗାଯୋଗ ବିଛନ୍ନ ରହିଥିଲା l ଆଜି ସେହିପରି ହରଭଙ୍ଗା ବ୍ଲକ ରେ ପୁରୁଣାକଟକ ଅଞ୍ଚଳ ସହିତ ଅନ୍ୟ ସ୍ଥାନରେ ସନ୍ଧ୍ୟା ସମୟରେ ହଠାତ ମଧ୍ୟମ ଧରଣ ର ବର୍ଷା ସହ ଘଡଘଡି ଓ ବିଜୁଳି ଏବଂ ବଜ୍ରପାତ ହୋଇଥିଲା l ଫଳରେ ବଜ୍ରାଘାତରେ ପୁରୁଣା କଟକ ଗ୍ରାମ ପଂଚାୟତ ଶରଧାପୁର ଗ୍ରାମର ଅଜିତ ସେଠି (୧୯)ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଗ୍ରାମ ନିକଟ ଏକ ଆମ୍ବ ଗଛ ତଳେ ରହିଥିବା ବେଳେ ଅନୀତି ଦୂରରେ ବଜ୍ରାଘାତ ହୋଇଥିଲା l ବଜ୍ରାଘାତ ପ୍ରଭାବରେ ଅଜିତ ଅଚେତ ହୋଇଥିବାରୁ  ଗ୍ରାମବାସୀ ଓ ପରିବାର ଅଜିତକୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ l ପ୍ରାଥମିକ ଚିକିତ୍ସାରୁ ଡାକ୍ତର ଅଜିତକୁ ସାମାନ୍ୟ   ବଜ୍ରାଘାତରେ ଆହତ ସହିତ ଜୀବନ ପ୍ରତି କୋଣସି ବିପଦ ନଥିବା ସୂଚନା ଦେଇଛନ୍ତି l

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.