କୋକସରା,୨୧/୦୧:ଜାତୀୟ ରାଜପଥ ୨୬ କୋକସରା ଥାନା ଅନ୍ତର୍ଗତ ଡୋଙ୍ଗରୀଗୁଡା ଆପନା ଢ଼ାବା ନିକଟରେଏକ ଟ୍ରକକୁ ପଛରୁ ବାଇକ ପିଟି ହେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଚାଳକ ଜଣକ ହେଲେକୋକସରା ବ୍ଲକ ମାଝୀଗୁଡା ଗ୍ରାମର ବସନ୍ତ ଘି (୩୨)।
କୋକସରା ବ୍ଲକ ମାଝୀଗୁଡା ଗ୍ରାମର ବସନ୍ତ ଘି (୩୨)ବାଇକରେ ଯାଉଥିବା ବେଳେଡୋଙ୍ଗରୀଗୁଡା ଆପନା ଢ଼ାବା ନିକଟରେ ଥିବା ବୁଲାଣି ରେ ଭବାନୀପାଟଣା ଯାଉଥିବା ଏକ ଟ୍ରକ ପଛପଟେ ପିଟି ହୋଇଥିଲେ। ଘଟଣାସ୍ଥଳରେ ବସନ୍ତଙ୍କ ମୃତ୍ୟୁ ହୋଇଥିଲା।କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଆମ୍ବୁଲାନ୍ସ ଯୋଗେ କୋକସରା ମେଡିକାଲକୁବ୍ୟବଛେଦ ପାଇଁ ଆଣିଥିଲେ।ଦୁର୍ଘଟଣା ଘଟିଥିବା ଟ୍ରକ କୁ କୋକସରା ପୋଲିସ ଜବତ କରି ଥାନା ରେ ଅଟକ ରଖି ଘଟଣା ର ତଦନ୍ତ ଜାରି ରହିଥିବା ନେଇ କୋକସରା ପୋଲିସ ପକ୍ଷରୁ ସୂଚନା ମିଳିଛି।