ଇସଲାମାବାଦ:ଲସ୍କର-ଏ-ତୈୟବା (LeT) ର ଟପ୍ କମାଣ୍ଡର ଗାଜି ମମତାଜର ସନ୍ଦିଗ୍ଧ ପରିସ୍ଥିତିରେ ହୋଇଛି ମୃତ୍ୟୁ। ଏହି ଦାବି ଅନଲାଇନରେ ଆସି ଥିବା ଖବରରେ କରାଯାଇଛି। ଗାଜି ମମତାଜ ଦୀର୍ଘ ଦିନ ଯାଏ ଜମ୍ମୁ ଓ କାଶ୍ମୀରରେ ସକ୍ରିୟ ଥିଲା ଏବଂ ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନ ଭୟରେ ପାକିସ୍ତାନ ଫେରାର ହୋଇ ଯାଇ ଥିଲା। ସେବେ ଠାରୁ ସେ ନିଜର ମାଷ୍ଟର ହାଫିଜ ସଇଦ ଓ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇର ସଂରକ୍ଷଣରେ ରହୁଥିଲା। ଗାଜି ମମତାଜର ମୃତ୍ୟୁ କାଶ୍ମୀରରେ ଆତଙ୍କବାଦ ପାଇଁ ଏକ ବଡ଼ ଝଟକା।

ରିସୋନାନ୍ସ ନ୍ୟୁଜ୍ ମୁତାବିକ , ‘ଗାଜି’ ଶବ୍ଦର ଅର୍ଥ ମମତାଜ ଭାରତରେ ଲସ୍କର-ଏ-ତୈୟବାର ଆତଙ୍କବାଦୀ ଭାବେ କାମ କରୁଥିଲା। ଏଥିପାଇଁ ଲସ୍କର-ଏ-ତୈୟବା ତାକୁ ‘ଗାଜି’ର ଉପାଧି ପ୍ରଦାନ କରିଥିଲା। ପରବର୍ତ୍ତି ସମୟରେ ସେ ଗାଜି ମମତାଜ ଭାବେ ଜଣାଶୁଣା ହେଲା। ଗାଜି ମମତାଜ ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରଦେଶରେ ଅବସ୍ଥିତ ,ଉପର ଦିରର ବାରହୱାଲର ବାସିନ୍ଦା ଥିଲା। ତାକୁ ଲସ୍କର ମୁଖ୍ୟ ହାଫିଜ୍ ସଇଦର ଜଣେ ଘନିଷ୍ଠ ସହଯୋଗୀ ବୋଲି ବିବେଚନା କରାଯାଉଥିଲା।

ଗାଜି ମମତାଜ ଦୀର୍ଘ ଦିନ ଯାଏ ଲସ୍କର-ଏ-ତୈୟବାର ଟ୍ରେନିଂ କ୍ୟାମ୍ପରେ ଜଣେ ଟ୍ରେନର ଭାବେ କାମ କରିଥିଲା। ଖବର ଅନୁସାରେ , ଶନିବାର ସନ୍ଧ୍ୟା ୬:୩୦ ସମୟରେ ବ୍ରାୱଲର ନୁସରତ ଦାରାରେ ତାର ଅନ୍ତିମ ସଂସ୍କାର ପ୍ରାର୍ଥନା କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଅନେକ ବରିଷ୍ଠ ଆତଙ୍କବାଦୀ ଏବଂ ପାକିସ୍ତାନୀ ସେନା ଅଧିକାରୀ ଯୋଗଦେବାର ଆଶା କରାଯାଉଛି।

ଆହୁରି ମଧ୍ୟ ପଢନ୍ତୁ : JMB Under Scanner: ଭାରତରୁ ସମ୍ପୂର୍ଣ୍ଣ ମୂଳପୋଛ ହେବ ଜେଏମ୍‌ବି, ବାଂଲାଦେଶରେ ୩୦ ମିନିଟ୍‌ରେ କରିଥିଲା ୫୦୦ ବିସ୍ଫୋରଣ