ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କାଳବୈଶାଖୀ ହେଲା କାଳ : ଗଛ ତଳେ ଚାପି ହୋଇ ଚାଲିଗଲା ଯୁବକଙ୍କ ଜୀବନ

Published By : Suraj Kumar | April 28, 2025 11:03 PM

ଉଦଳା, ୨୮।୪ :  କାଳ ହେଲା କାଳବୈଶାଖୀ। କାମ ସାରି ଘରକୁ ଫେରୁଥିବା ବେଳେ ବର୍ଷା ପବନ ହେବାରୁ ରାସ୍ତା ପାର୍ଶ୍ଵରେ ଥିବା ଏକ ଚାଳ ଘରେ ନେଇଥିଲେ ଆଶ୍ରୟ। ସେହି ଘର ଉପରେ ଏକ ବିରାଟ ଗଛ ପଡିବା ପରେ ଭାଙ୍ଗିଗଲା ଚାଳ ଘର। ଆଉ ଘର ତଳେ ଚାପି ହୋଇ ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଘଟଣା ଘଟିଛି ଉଦଳା ଥାନା ଗୋଧିମରା ଗ୍ରାମ ନିକଟରେ।  ମୃତକ ଜଣକ ହେଲେ ବହୁବନ୍ଧ ଗ୍ରାମର ଚୈତନ୍ୟ ଶଙ୍ଖୁଆଳ।

ସୋମବାର ସନ୍ଧ୍ୟାରେ ଉଦଳାରେ କାଳବୈଶାଖୀ ହୋଇଥିବା ବେଳେ ତାହାର ପ୍ରଭାବରେ ଅନେକ ଗଛ ଉପୁଡି ରାସ୍ତାରେ ପଡିବା ସହିତ ରାସ୍ତା ଅବରୋଧ ହୋଇଛି। ହେଲେ ଗୋଧିମରା ଛକ ନିକଟରେ କାମ ସାରି ଘରକୁ ଫେରୁଥିବା ବହୁବନ୍ଧ ଗ୍ରାମର ଚୈତନ୍ୟ ଶଙ୍ଖୁଆଳ କାଳବୈଶାଖୀ ସମୟରେ ଏକ ଚାଳ ଘର ତଳେ ଆଶ୍ରୟ ନେଇଥିଲେ। ପବନର ବେଗ ଏତେ ଅଧିକ ଥିଲା ଯେ ଘର ନିକଟରେ ଥିବା ଏକ ବିଶାଳ ଗଛ ଉପୁଡି ଘର ଉପରେ ପଡିଥିଲା ଏବଂ ଘର ଭିତରେ ଚାପି ହୋଇ ରହିଯାଇଥିଲେ ଚୈତନ୍ୟ। ସ୍ଥାନୀୟ ଲୋକେ ଆସି ଅଗ୍ନିଶମ ବିଭାଗ ସହାୟତାରେ ଗଛ କାଟି ଚୈତନ୍ୟଙ୍କୁ ଉଦ୍ଧାର କରିଥିଲେ। ସେତେବେଳେକୁ  ତାଙ୍କର ମୃତ୍ୟୁ ହୋଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.