ପ୍ରମୂଖ ଖବର
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ଜନଗଣନା ନେଇ ଆଜି ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି, ପ୍ରଥମ ଥର ସାମିଲ ହେବ ଜାତି ଭିତିକ ଜନଗଣନା
  • ||
  • ମେଗା ନିଯୁକ୍ତି ମେଳା: ଆଜି ୯୬୪ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ଷୋଡ଼ଶ ଜନଗଣନାର ପ୍ରସ୍ତୁତି ସମୀକ୍ଷା କଲେ ଶାହ, ଆଜି ଆସିବ ଜନଗଣନା ଗେଜେଟ ବିଜ୍ଞପ୍ତି
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଗାଧୋଇବା ବେଳେ ସମୁଦ୍ରରେ ଭାସିଯାଇ ଯୁବକ ମୃତ

Published By : Suraj Kumar | June 15, 2025 6:52 PM

ବାଲିକୁଦା,୧୫/୬ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧୀନ ପଦ୍ମପୁର ପଞ୍ଚାୟତର ପର୍ଯ୍ୟଟନ ସ୍ଥଳୀ ଶିଆଳି ବେଳାଭୂମିରେ ଭାସିଯାଇ ଜଣେ  ଯୁବକର  ମୃତ୍ଯୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ବାଲିକୁଦା ଥାନା ଅଧୀନ ତିତିରା ପଞ୍ଚାୟତ ବେଗୁନିଆ ଗାଁର ଗୌତମ ପରିଜାଙ୍କ ପୁଅ ଦୀପ୍ତି ରଞ୍ଜନ ପରିଜା ଓରଫ ବବୁଲ (୨୨) ।

ବବୁଲ ନିଜର କେତେକ ସାଙ୍ଗ ମାନଙ୍କ ସହ ମିଶି ଶିଆଳି ବୁଲି ଯାଇଥିଲେ। ସମୁଦ୍ରରେ ଗାଧୋଉଥିବା ବେଳେ ଲହଡ଼ିରେ ଭାସି ଯାଇଥିଲେ। ଅନ୍ୟ ସାଙ୍ଗ ମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ପରେ ସ୍ଥାନୀୟ କିଛି ଲୋକ ଶିଆଳି ଠାରୁ ଖଣ୍ଡେ ଦୂରରୁ ତାଙ୍କୁ ଉଦ୍ଧାର କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.