ବୌଦ୍ଧ,୬/୬(ଆପ୍ର): ବୌଦ୍ଧ ସହର ସ୍ଥିତ ବୁଟୁପାଲି ପାଢ଼ୀସାହି ଠାରେ ବିଦ୍ୟୁତ ଆଘାତରେ ଜଣେ ଯୁବକର ମୃତ୍ୟୁ ଘଟିଛି । ସୂଚନା ମତେ, ବୌଦ୍ଧ ସହର ସାନମାଳିସାହିରେ ରହି ଆସିଥିବା ଓମ ନାଏକ(୨୦) ଆଜି ବୁଟୁପାଲି ପାଢ଼ୀସାହିକୁ ନିଜ ମାମୁଙ୍କ ସହିତ କାମ କରିବାକୁ ଯାଇଥିଲେ । ସେଠାରେ କାର୍ଯ୍ୟ କରୁଥିବା ସମୟରେ କୌଣସି କାରଣରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳର ସେ ଗୁରୁତର ଆହତ ହୋଇ ପଡ଼ିଥିଲେ । ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

କଂଗ୍ରେସର ପ୍ରେସମିଟ୍, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲ...