ପ୍ରମୂଖ ଖବର
  • ପବିତ୍ର ଦେବସ୍ନାନ ପୂର୍ଣ୍ଣିମା : ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି, ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ
  • ||

ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ରାସ୍ତାରୋକ

Published By : Rasmita Pradhan | June 10, 2025 11:48 AM

କୋକସରା/କଲମପୁର,୧୦/୦୬ : କଳାହାଣ୍ଡି ଜିଲ୍ଲା କଲମପୁର-ଜୁନାଗଡ଼ ମୁଖ୍ୟ ରାସ୍ତାର ଘର୍ଲା ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା। କ୍ଷତିପୂରଣ ଦାବିରେ ରାସ୍ତାରୋକ। ମଙ୍ଗଳବାର ସକାଳୁ ମୃତକଙ୍କ ପରିବାର ଏବଂ ସମ୍ପର୍କୀୟମାନେ କଲମପୁର-ଜୁନାଗଡ଼ ମୁଖ୍ୟ ରାସ୍ତାର ଘର୍ଲା ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଅଟକି ରହିଛି। 

ସୂଚନାନୁଯାୟୀ, କେନ୍ଦୁଗୁଡା ଗ୍ରାମର କୁରୁକ୍ଷେତ୍ର ବେମାଲ ବିଲରୁ ଚାଲି ଚାଲି ଘରକୁ ଫେରୁଥିଲେ। ଏତିକି ବେଳେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। କୁରୁକ୍ଷେତ୍ରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କଲମପୁର ଚିକିତ୍ସାଳୟ ପରେ ଭବାନୀପାଟଣା ଓ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ କୁରୁକ୍ଷେତ୍ରଙ୍କ ମୃତ୍ୟୁ ଘଟିଥିଲା। ମୃତଦେହ ଗାଁକୁ ଫେରିବା ପରେ ଆଜି ସକାଳୁ ପରିବାର ଲୋକେ ଏବଂ ସମ୍ପର୍କୀୟମାନେ କ୍ଷତିପୂରଣ ଦାବିରେ କଲମପୁର-ଜୁନାଗଡ଼ ମୁଖ୍ୟ ରାସ୍ତାର ଘର୍ଲା ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି। ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଖବର ଲେଖା ହେବା ସୁଦ୍ଧା କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନାହାଁନ୍ତି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.