PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

କଟକରେ ଡେଙ୍ଗୁ ଜ୍ୱରରେ ଯୁବକଙ୍କ ମୃତ୍ୟୁ, ୭ ମାସ ଭିତରେ ଚିହ୍ନଟ ହେଲେ ୯ ଆକ୍ରାନ୍ତ

କଟକ, ୧୯/୮: ଡେଙ୍ଗୁରେ ପୀଡ଼ିତ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କଟକ ପୌର ନିଗମରେ ଚଳିତ ବର୍ଷ ଏହା ପ୍ରଥମ ଡେଙ୍ଗୁଜନିତ  ମୃତ୍ୟୁ ହୋଇଛି । ୨୦୨୨ ଜାନୁଆରୀରୁ ଜୁଲାଇ ମାସ ମଧ୍ୟରେ ଜିଲ୍ଲାରେ ମୋଟ୍ ୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ଏସସିବି ଡାକ୍ତରଖାନା ପକ୍ଷରୁ କୁହାଯାଇଛି । ସେମାନଙ୍କ ମଧ୍ୟରୁ ଗୁରୁବାର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ କଟକ ପୌର ନିଗମ ୨୬ ନଂ ୱାର୍ଡରେ ଥିବା ଭଗତପୁରର ବାସିନ୍ଦା ଦୀପକ କୁମାର ମୁଦୁଲି ବୋଲି ଜଣାପଡ଼ିଛି। ଦୀପକଙ୍କୁ ଜ୍ୱର ହେବାରୁ ଚଳିତ ମାସ ୧୪ ତାରିଖରେ ତାଙ୍କୁ ହରିପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ତାଙ୍କର ଡେଙ୍ଗୁ ସହ କରୋନା ପରୀକ୍ଷା କରାଯାଇଥିଲା । ପରେ ତାଙ୍କର ଡେଙ୍ଗୁ ହୋଇଥିବା ରିପୋର୍ଟରୁ ଜଣାପଡ଼଼ିଥିଲା । ମାତ୍ର ଚିକିତ୍ସା ସତ୍ତ୍ୱେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ହେବାରୁ ଗତ ୧୭ ତାରିଖ ବୁଧବାର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ଅଣାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଡେଙ୍ଗୁ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏହି ସମସ୍ୟା ପ୍ରତି ଧ୍ୟାନ ଦେଇ ପୌର ନିଗମ ପକ୍ଷରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ବଢାଇବାକୁ ସାଧାରଣରେ ଦାବି ହୋଇଛି ।