ଢେଙ୍କାନାଳ,୨୬।୪ : ସାଙ୍ଗମାନଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ଯୁବକ । ଖୋଜା ଖୋଜି କରିବାରେ ମିଳି ପାରୁନି ଯୁବକଙ୍କ ପତ୍ତା । ବ୍ରାହ୍ମଣୀ ନଦୀର ଢେଙ୍କାନାଳ ଜିଲ୍ଲା କଣ୍ଟା ବଣିଆ ଥାନା ଅନ୍ତର୍ଗତ ମାନପୁର ନଦୀ ଘାଟରେ ଘଟିଛି ଏହି ଅଭାବନୀୟ ଘଟଣା । ନିଖୋଜ ଯୁବକ କଣ୍ଟା ବଣିଆ ଥାନା ଅନ୍ତର୍ଗତ ମାନପୁର ଗ୍ରାମର ସୁଶୀଲ ସାହୁ ।
ସୁଶୀଲ ସାଙ୍ଗ ମାନଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇ ଥିଲେ। ଏହି ସମୟରେ ନଦୀରେ ସ୍ରୋତ ପ୍ରଖର ଥିଲା । ଫଳରେ ସେ ପାଣିରେ ଭାସି ଯାଇଥିଲେ। ସାଙ୍ଗ ମାନେ ତାଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ଏହା ପରେ ଗ୍ରାମକୁ ଆସି କହିଥିଲେ। ପରେ ଖବର ପାଇ ସ୍ଥାନୀୟ ଜିଏମ ଆର ଖରଖାନାର ଅଗ୍ନିଶ୍ରମ ବାହିନୀ ନଦୀକୁ ଯାଇ ନଦୀରେ ଖୋଜା ଖୋଜି ଜାରି ରଖିଛନ୍ତି। ମାତ୍ର ନିଖୋଜ ଯୁବକଙ୍କ ପତ୍ତା ମିଳିପାରି ନାହିଁ ।