PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ଚଳନ୍ତା ବସରୁ ଖସି ଯୁବକ ମୃତ; ବିଫଳ ହେଲେ ଘଟଣାକୁ ଲୁଚାଇବାର ପ୍ରଚେଷ୍ଟା, ଚଢ଼ାଉ କଲା ଘଷିପୁରା ପୋଲିସ୍

ବେଲବାହାଳି,୨୫/୧: ଘଟଗାଁରୁ ମା’ ତାରିଣୀଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଅଘଟଣ। ଚଳନ୍ତା ବର୍ଷରୁ ଜଣେ ଯୁବକ ଖସି ପଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ୨୦ ନଂ ଜାତୀୟ ରାଜପଥ ବିର୍ସା ମୁଣ୍ଡା ଛକ ନିକଟରେ। ବସରେ ଭୁବନେଶ୍ୱର ଫୁଲନଖରା ଅଞ୍ଚଳର କିଛି ପର୍ଯ୍ୟଟକ ମା’ ତାରିଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ବିର୍ସା ମୁଣ୍ଡା ଛକ ନିକଟରେ ଚଳନ୍ତା ବସରୁ ଜଣେ ପର୍ଯ୍ୟଟକ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଘଟଣାକୁ ଲୁଚାଇବାକୁ ପାଇଁ ବସରେ ମୃତକଙ୍କ ଶବ ନେଇଯାଉଥିବା ବେଳେ ଘସିପୁରା ପୋଲିସ ହସନପୁର ଟୋଲ ଗେଟ ନିକଟରେ ବିଶେଷସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ପରେ ଆମ୍ବୁଲାନ୍ସ ଯୋଗେ ମୃତ ଯୁବକଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିବା ସହ ହସନପୁର ଟୋଲ ଗେଟ୍ ନିକଟରେ ଥିବା ବସକୁ ଅଟକ ରଖିଥିବା ଜଣାପଡ଼ିଛି।