ପୁରୀ, ୯।୧୦  : ପୁରୀରେ‌ ପୁଣି ଛୁରାମାଡ। ବଳଗଣ୍ଡି ଛକ ନିକଟ ରାୟବାହାଦୁର ଲେନ୍ ରେ ହୋଇଛି ଛୁରାମାଡ। ଛୁରାମାଡରେ ଜଣେ  ଯୁବକ ଗୁରୁତର ହୋଇଛି । ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କୁମ୍ଭାରପଡ଼ା ଥାନା ପୋଲିସ  ଘଟଣାସ୍ଥଳରେ  ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଗୁରୁତର ଯୁବକଙ୍କ ପରିଚୟ ମିଳିପାରିନାହିଁ। ଛୁରାମାଡର କାରଣ ଅସ୍ପଷ୍ଟ ରହିଛି।