ସୁନ୍ଦରଗଡ, ୨।୨ : ପୁଣି ସୁନ୍ଦରଗଡରେ ଫୁଟିଲା ଗୁଳି। ସୁନ୍ଦରଗଡ଼ ସଦର ଥାନା କରମଡିହିରେ ଯୁବକଙ୍କ ଉପରକୁ ଗୁଳି ମାଡ । ଯୁବକଙ୍କ ପାଦରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
କଳା ସ୍କର୍ପିଓରେ ଦୁର୍ବୃତ୍ତମାନେ କରମଡିହିକୁ ଆସି ଜଣେ ଯୁବକଙ୍କ ଉପରେ ଗୁଳିମାଡ଼ କରିଥିଲେ। ଯୁବକଙ୍କ ଉପରକୁ ଦୁର୍ବୃତ୍ତ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ଯୁବକଙ୍କ ପାଦରେ ଗୁଳି ବାଜିଥିଲା। ଗୁଳିମାଡ଼ କରି ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଯୁବକଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କିଏ ଓ କାହିଁକି ଗୁଳିମାଡ଼ କରିଛି ଜଣାପଡିନାହିଁ ।ପୋଲିସ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ ଯେ ଗତ ଜାନୁୟାରୀ ୭ ତାରିଖରେ ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ଥାନାପଡ଼ାରେ ରାଜ ଯାଦବ ନାମକ ଯୁବକ ଉପରକୁ ଦୁର୍ବୃତ୍ତମାନେ ଗୁଳିମାଡ କରିଥିଲେ। ଯୁବକଙ୍କ ବାମ ଗୋଡ଼ରେ ଗୁଳି ବାଜିଥିଲା । ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା।