ରାଇରଙ୍ଗପୁର, ୨୩।୩ : କ୍ରିକେଟ ଖେଳରେ ହାରିବାକୁ ନେଇ ମହାଭାରତ। ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର। ଏଭଳି ଘଟଣା ଦେଖିବାକୁ ମିଳିଛି ବହଳଦା ଥାନା ଜାରିଟା ଗ୍ରାମରେ।
ଜାରିଟାଣ୍ଡି ଗ୍ରାମରେ କ୍ରିକେଟ ମ୍ୟାଚ୍ ଜାରିଟାଣ୍ଡି ଓ ସାତ ପୌଟିଆ ମଧ୍ୟରେ ଚାଲିଥିଲା । ତେବେ ସାତ ପୌଟିଆ ଦଳ ପ୍ରଥମ ହାରି ଯାଇଥିଲା । ଏହାକୁ ନେଇ ଯୁକ୍ତିତର୍କ ହୋଇ ସମାଧାନ ହୋଇ ଥିଲା। କିନ୍ତୁ କିଛି ସମୟ ପରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ସାତ ପୌଟିଆ ଗ୍ରାମରୁ ସାତଟି ଗାଡ଼ିରେ ପ୍ରାୟ ପଚାଶ ଜଣ ଯୁବକ ଲୁହା ଛଡ଼, ଠେଙ୍ଗା, ମାରଣାସ୍ତ୍ର ଧରି ଜାରିଟାଣ୍ଡି ପହଞ୍ଚି ଆଖିବୁଜା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଜାରିଟାଣ୍ଡି ଗ୍ରାମର ଶେଖ୍ ଅଖତାରଙ୍କ ମୁଣ୍ଡ ରେ ମାଡ ହେବା ଯୋଗୁଁ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା। ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦା ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।