କେନ୍ଦ୍ରାପଡା ୧୪/୧୧: ଗୋରୁ ଚାଲାଣକାରୀଙ୍କ ଗୁଳିମାଡରେ ଯୁବକ ଆହତ l କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନରଣପୁର ଠାରେ ଘଟିଛି ଘଟଣା l ଗୁଳିମାଡରେ ସ୍ଥାନୀୟ ପସ୍ତା ଗାଁର ଅକ୍ଷୟ ଦାସ ଆହତ ହୋଇଛନ୍ତି l ଅକ୍ଷୟଙ୍କ ବାମ ଜଙ୍ଘରେ ବାଜିଛି ଗୁଳି l ଗାଁ କ୍ଲବ ଘରେ ଶୋଇଥିବା ବେଳେ ପାଟିତୁଣ୍ଡ ଶୁଣି ପଦାକୁ ଆସିବା ପରେ ଗୋରୁ ଚାଲାଣକାରୀ ଅକ୍ଷୟଙ୍କୁ ଗୁଳିମାଡ କରିଥିଲେ l
ଭୋର୍ ପ୍ରାୟ ୩ଟାରେ ଗଣ୍ଡାକିଆ ଛକରେ କିଛି ସ୍ଥାନୀୟ ଯୁବକ ଗୋରୁ ଗାଡ଼ି ଅଟକାଇ ଥିଲେ l ଗୋରୁ ଗାଡି ପଛରେ ଆସୁଥିବା ଅନ୍ୟଏକ ବୋଲେରୋ ଗାଡ଼ିରେ ଥିବା କିଛି ଲୋକ ସ୍ଥାନୀୟ ଯୁବକଙ୍କୁ ଆକ୍ରମଣ କରିଥିଲେ l ଫଳରେ ଯୁବକମାନେ ଗାଁ ଭିତରକୁ ଦୌଡ଼ି ପଳାଇ ଥିଲେ l ଗୋରୁ ଚାଲାଣକାରୀ ତାଙ୍କ ପଛେ ପଛେ ଗାଁ ଭିତରୁ ଗୋଡ଼ାଇ ଯାଇଥିଲେ l ଏହି ସମୟରେ ଅକ୍ଷୟ ଉଠି ପଡିବାରୁ ତାଙ୍କ ଜଙ୍ଘରେ ଗୁଳି ବାଜିଥିଲା l ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l