ପ୍ରମୂଖ ଖବର
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ସାଙ୍ଗର ଜନ୍ମଦିନ ପାଳିବାକୁ ଡାକିନେଇ ଯୁବକଙ୍କୁ ପଥରରେ ଛେଚି ହତ୍ୟା

Published By : Rasmita Pradhan | June 20, 2025 1:51 PM

ଆସ୍କା, ୨୦/୦୬ : ସାଙ୍ଗର ଜନ୍ମଦିନ ପାଳିବାକୁ ଡାକିନେଇ ଯୁବକଙ୍କୁ ପଥରରେ ଛେଚି ହତ୍ୟା। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଜରଡ ଛକରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ କବିସୂର୍ଯ୍ୟନଗର ଆଠଗଡ଼ ପାଟଣା ହରିଜନ ସାହିର ସାଗର ନାହାକ। 

ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟାରେ କବିସୂର୍ଯ୍ୟନଗର ଆଠଗଡ଼ ପାଟଣା ହରିଜନ ସାହିର ସାଗର ନାହାକଙ୍କୁ ସାଙ୍ଗର ଜନ୍ମଦିନ ପାଳନ କରିବା ପାଇଁ ଦୁଇ ଜଣ ସାଙ୍ଗ ଆସି ଘରୁ ଡାକି ନେଇଥିଲେ। ରାତି ପ୍ରାୟ ସାଢେ ୧୨ଟା ବେଳକୁ ସାଗର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜରଡ ଛକ ବରଗଛ ମୂଳେ ପଡ଼ିଥିବା ନେଇ ପରିବାର ଲୋକଙ୍କୁ କଲ୍ ଆସିଥିଲା। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ସାଗରଙ୍କୁ ଉଦ୍ଧାର କରି ଅଟୋରେ କବିସୂର୍ଯ୍ୟନଗର ମେଡ଼ିକାଲକୁ ନେଉଥିଲେ। ହେଲେ ବାଟରେ ସାଗରଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ଘଟଣାସ୍ଥଳରେ କବିସୂର୍ଯ୍ୟନଗର ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି। କେଉଁ କାରଣରୁ ସାଗରଙ୍କୁ ଏଭଳି ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.