ରାଉରକେଲା,୦୩/୦୮: ରାଉରକେଲା ପାନପୋଷ ସ୍ଥିତ ବ୍ରାହ୍ମଣୀ ସେତୁରୁ ଡେଉଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ହୋଇଛନ୍ତି ଯୁବକ । ସେକ୍ଟର - ୨ ଅଞ୍ଚଳରେ ରହୁଥିବା ୨୩ ବର୍ଷୀୟ ଗଣେଶ ଚନ୍ଦ୍ର ବାଗ ନଦୀକୁ ଡେଇଁ ପଡ଼ିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି ।
ଶନିବାର ରାତି ପ୍ରାୟ ୧୨ଟାରେ ପାନପୋଷ ସ୍ଥିତ ପୁରୁଣା ବ୍ରାହ୍ମଣୀ ସେତୁକୁ ଆସିଥିଲେ ଗଣେଶ ଚନ୍ଦ୍ର ବାଗ । ହଠାତ୍ ସେତୁରୁ ନଦୀକୁ ଡେଇଁ ପଡ଼ିଥିଲେ। ସେହି ବାଟ ଦେଇ ଯାଉଥିବା କିଛି ଲୋକ ଏହା ଦେଖି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ । ରାତି ହୋଇଯିବାରୁ ଶନିବାର ସର୍ଚ୍ଚ ଅପରେସନ ବନ୍ଦ ଥିଲା । ରବିବାର ସକାଳୁ ଅଗ୍ନିଶମ କର୍ମଚାରୀମାନେ ଯୁବକଙ୍କୁ ଉଦ୍ଧାର କରିବା ଲାଗି ଖୋଜାଖୋଜି ଆରମ୍ଭ କରିଛନ୍ତି । ତେବେ ଗଣେଶ କଣ ପାଇଁ ନଦୀକୁ ଡେଇଁଲେ ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।