କାଳିଆ ଦର୍ଶନ ପାଇଁ ଯୁବକଙ୍କ ନବରଙ୍ଗପୁରରୁ ପୁରୀ ସାଇକେଲ ଯାତ୍ରା

କୋକସରା,୨୪/୦୫ କାଳିଆର ଡୋରିରେ ବନ୍ଧା ଜଣେ ଯୁବକ । ଜଗନ୍ନାଥ ଦର୍ଶନ କରିବା ପାଇଁ ନବରଙ୍ଗପୁର ଜିଲ୍ଲାରୁ ପୁରୀକୁ ସାଇକେଲ ଯାତ୍ରାରେ ବାହାରିଲେ ଯୁବକ। ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ରୁ ଯୁବକ କମଲେଶ ଗୋଏଲ ସାଇକେଲ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି । ଜଗନ୍ନାଥ ଠାକୁରଙ୍କୁ ଦର୍ଶନ କରିବା ପାଇଁ ବୁଧବାର କମଲେଶ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳାରେ ପହଞ୍ଚି ଥିଲେ। ଯୁବକଙ୍କୁ ପଚାରିବାରୁ ବହୁ ଦିନରୁ କାଳିଆ ଦର୍ଶନ ପାଇଁ ମନ ରେ ଆଶା ଥିଲା। ଭାବିଲି ସାଇକେଲରେ ଜଗନ୍ନାଥ ଧାମ ଯାଇ କାଳିଆ ଦର୍ଶନ କରିବି। ସାଇକେଲ ରେ ପୁରୀ ଯାଉଛି ବୋଲି କହିଥିଲେ।