ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ପାକିସ୍ତାନୀ ୟୁ ଟ୍ୟୁବରଙ୍କ ଅଦ୍ଭୁତ ଅନ୍ଦାଜ୍; ବିବାହରେ ପତ୍ନୀଙ୍କୁ ଉପହାର ଦେଲେ ଗଛ ଛୁଆ

ନୂଆଦିଲ୍ଲୀ,୦୯/୧୨: ଏମିତିରେ ପାକିସ୍ତାନରୁ ସବୁବେଳେ କିଛି ଅଜବ କାର୍ଯ୍ୟକଳାପକୁ ନେଇ ଖବର ଆସିଥାଏ। କିନ୍ତୁ ଏବେ ପୁଣି ଏକ ‌ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି। ପାକିସ୍ତାନର ଜଣେ ଲୋକପ୍ରିୟ ୟୁ ଟ୍ୟୁବରଙ୍କ ସହିତ ଜଡ଼ିତ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନାଥାଉକି, ୟୁ ଟ୍ୟୁବର ଅଜଲାନ୍‌ ଶାହା ତାଙ୍କ ବିବାହରେ ପତ୍ନୀଙ୍କୁ ଗଛ ଛୁଆ ଉପହାର ଦେଇଛନ୍ତି। ଏବେ ଏହା ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

wp:html
/wp:html

ଅଜଲାନ ୟୁ ଟ୍ୟୁବ୍‌ରେ ଅଧିକ ଲୋକପ୍ରୀୟ ଥିବା ବେଳେ ଏଭଳି କାମକୁ ନେଇ ଏବେ ସେ ପୁଣି ଚର୍ଚ୍ଚାରେ। ତାଙ୍କ ଇନ୍‌ଷ୍ଟାଗ୍ରାମ ଆଇଡିରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ସେ ତାଙ୍କ ପିତ୍ନୀଙ୍କୁ ଏକ ଗଧ ଛୁଆ ଉପହାର ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ଅଜଲାନଙ୍କ ଏହି ଭିଡିଓ ଭାଇରାଲ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଦୁୂଇଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି। କାହିଁକି ଗଧ ଛୁଆ ଉପହାର ସ୍ବରୁପ ପତ୍ନୀଙ୍କୁ ଦେଲେ ବୋଲି ଏବେ ପ୍ରଶ୍ନ ଉଠିଥିବା ବେଳେ କିଛି ଲୋକ ଏହାକୁ ଟ୍ରୋଲ ମଧ୍ୟ କରିଛନ୍ତି। ଜଣେ ଇନ୍‌ଷ୍ଟାଗ୍ରାମ ୟୁଜର କହିଛନ୍ତି, ଏବେ ବିବାହରା ପତ୍ନୀଙ୍କୁ ଛୁଆ ଗଧ ଉପହାର ଦେବା ଏକ ଟ୍ରେଣ୍ଡ୍‌ ପାଲଟିଯିବ। 

ଭିଡିଓରେ ପ୍ରଥମରୁ ଅଜଲାନ କହିଛନ୍ତି, ଆରିଫ୍‌ ଉପହାର ନେଇ ଆସ। ଏହା ପରେ ଜଣେ ବ୍ୟକ୍ତି ଛୁଆ ଗଧଟିକୁ ନେଇ ଆସିଥିଲେ। ପରେ ସେ ନିଜେ ତାଙ୍କ ପତ୍ନୀଙ୍କୁ ପ୍ରଶ୍ନ କରିଥିଲେ ଯେ, ବାସ୍ତବିକ ସେ କଣ ପାଇଁ ଗଧ ଛୁଆ ଗିଫ୍ଟ କରିଥିଲେ? ସେ ମଧ୍ୟ ଏହାର ଉତ୍ତରରେ କହିଥିଲେ ଯେ, ତାହା ତାଙ୍କ ପତ୍ନୀଙ୍କୁ ଅଧିକ ଭଲ ଲାଗିବ ଏବଂ ଏହି ଗଧଟି ଉତ୍ତମ ପଶୁଟିଏ ଅଟେ।

Copyright © 2022 - Summa Real Media Private Limited. All Rights Reserved.