ପ୍ରମୂଖ ଖବର
  • ବ୍ରହ୍ମପୁର, : ଲାଞ୍ଜିପଲ୍ଲୀ ଜେଲ ଗେଟ୍ ନିକଟରୁ ୩ ବୋମା ଜବତ
  • ||
  • କୋଏଲ ନଦୀରେ ବୁଡି ଛାତ୍ର ମୃତ
  • ||
  • ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ, ୧୦ ହଜାର ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଧରିଲା ଭିଜିଲାନ୍ସ ଟିମ୍
  • ||
  • ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ, ୮ ଦିନ ବସିବ ଅବକାଶକାଳୀନ ଅଦାଲତ
  • ||
  • ଆସନ୍ତା ୩୧ରେ ଆଇଟିଆଇ ନାମଲେଖା ଆବେଦନ ଶେଷ, ଜୁନ୍‌ ୬ରେ ପ୍ରଥମ ମେଧା ତାଲିକା
  • ||
  • ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ରାଜନୀତି, ୩୦ରେ ଆସ୍ଥା ପ୍ରମାଣିତ କରିବେ ରୋଜି
  • ||
  • ଯାଜପୁରରେ ଟାଟା କରିବ ୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
  • ||
  • କନ୍ଧମାଳ : ଗାଧେଇବା ବେଳେ ଅଘଟଣ, ପୋଖରୀରେ ବୁଡି ଶିଶୁ ମୃତ
  • ||
  • କେନ୍ଦୁଝର : ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ସ୍ଥାନୀୟଲୋକଙ୍କ ଦାବି
  • ||
  • Operation Sindoor; ଖୋଲିବ ପାକିସ୍ତାନ ପୋଲ୍, ୭ ସାଂସଦଙ୍କୁ ନେଇ ସର୍ବଦଳୀୟ ଟିମ୍‌ ଗଠନ
  • ||
  • ନୂଆପଡ଼ା: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେ​‌ଳେ​‌ ୧୫ ଗିରଫ, ୨୭ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ବରଗଡ଼: ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • ଗଞ୍ଜାମ : ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡା ଏବଂ ଠେଙ୍ଗା, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ: ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏ ଟଙ୍କାର କ୍ଷୟକ୍ଷତି, ବହୁ ଅତ୍ୟାଧୁନିକ ମେସିନ୍ ପୋଡ଼ି ପାଉଁଶ
  • ||
  • ଉପକୂଳରେ କଲବଲ କରୁଛି ଅସମ୍ଭାଳ ଗୁଳୁଗୁଳି, ୫ ଦିନ ଯାଏଁ ନିସ୍ତାର ନାହିଁ
  • ||
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||

ଜ୍ୟୋତିଙ୍କ ଇନଷ୍ଟାଗ୍ରାମ୍ ରିଲ୍ସରୁ ବଡ଼ ଖୁଲାସା : ଜାନୁଆରୀରେ ଯାଇଥିଲେ ପହଲଗାମ୍, ତା’ ପରେ ଯାତ୍ରା କରିଥିଲେ ପାକିସ୍ତାନ

Published By : Prameya | May 17, 2025 7:50 PM

ନୂଆଦିଲ୍ଲୀ,୧୭।୫: ପାକିସ୍ତାନ ପାଇଁ ଗୁପ୍ତଚରୀ କରିବା ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ପଞ୍ଜାବର ମଲେରକେଟଲା ଓ ହରିୟାଣାର ମୋଟ ୬ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇ ସାରିଛି। ଏବେ ଏହି ମାମଲାରେ ବଡ଼ ଖୁଲାସା ହୋଇଛି। ଜ୍ୟୋତି ମାଲହୋତ୍ରା ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଖୋଜିବା ପରେ ସାମାନାକୁ ଆସିଛି ଏକ ବଡ଼ କଥା। ତାହା ହେଲା ଜ୍ୟୋତି ପହଲଗାମ୍ ଆତଙ୍କୀ ହମଲାର ତିନି ମାସ ପୂର୍ବରୁ ଶ୍ରୀନଗର ଯାଇଥିଲେ। ଏହି ସମୟରେ ସେ ପହଲଗାମ୍ ମଧ୍ୟ ବୁଲିଥିଲେ। ଜାନୁଆରୀରେ ଶ୍ରୀନଗର ବୁଲିବା ପରେ ମାର୍ଚ୍ଚରେ ପାକିସ୍ତାନ ଯାଇଥିଲେ। ଅଭିଯୋଗ ରହିଛି ଯେ, ଜ୍ୟୋତି ପାକିସ୍ତାନ ହାଇକମିଶନରେ କାମ କରୁଥିବା ଦାନିଶ ନାମକ ଜଣେ ଅଧିକାରୀଙ୍କ ସମ୍ପର୍କରେ ଥିଲେ। ଏହି ଅଧିକାରୀ ଜ୍ୟୋତିଙ୍କୁ ପାକିସ୍ତାନ ପଠାଇଥିଲେ।

ପୋଲିସ ପଚରା ଉଚରା ବେଳେ ଜ୍ୟୋତି ସ୍ବୀକାର କରିଛନ୍ତି ଯେ, ୨୦୨୩ ରେ ସେ ପାକିସ୍ତାନ ହାଇକମିଶନ ଯାଇଥିଲେ। ତାଙ୍କୁ ପାକିସ୍ତାନ ଯିବା ପାଇଁ ଭିସା ଦରକାର ଥିଲା। ସେଠାରେ ତାଙ୍କର ସାକ୍ଷାତ ଅହସାନ-ଉର-ରହିମ ଓରଫ୍ ଦାନିଶଙ୍କ ସହ ହୋଇଥିଲା। ଏହି ସମୟରେ ସେ ଦାନିଶଙ୍କ ମୋବାଇଲ ନମ୍ବର ନେଇଥିଲେ ଏବଂ ତାଙ୍କ ସହ କଥା ହେବା ଆରମ୍ଭ କରିଥିଲେ। ଏହାପରେ ଜ୍ୟୋତି ଦୁଇଥର ପାକିସ୍ତାନ ଯାଇଥିଲେ। ଦାନିଶଙ୍କ କହିବା ପରେ ସେ ଅଲ୍ଲି ଅହଓ୍ବାନଙ୍କୁ ଭେଟିଥିଲେ। ଅଲ୍ଲି ପାକିସ୍ତାନରେ ଜ୍ୟୋତିଙ୍କ ରହିବା ଓ ବୁଲିବାର ବନ୍ଦୋବସ୍ତ କରିଥିଲେ।

ଅଲ୍ଲୀ ତା ପରେ ଜ୍ୟୋତିଙ୍କୁ ପାକିସ୍ତାନୀ ସିକ୍ୟୁରିଟି ଏଜେନ୍ସିର ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ। ଏହି ସମୟରେ ସେ ଶାକିର ଓ ରାଣା ଶହବାଜ୍ ନାମକ ଦୁଇ ଲୋକଙ୍କୁ ଭେଟିଥିଲେ। ଶାକିରଙ୍କ ମୋବାଇଲ ନମ୍ବର ମଧ୍ୟ ନେଇଥିଲେ, ଯାହାକୁ ସେ ଜଟ୍ ରାନ୍ଧଓ୍ବା ନାମରେ ସେଭ୍ କରିଥିଲେ। ଯାହାଫଳରେ ଯେପରି ତାଙ୍କୁ କେହି ସନ୍ଦେହ କରିପାରିବେନି।  ଭାରତ ଆସିବା ପରେ ସ୍ନାପଚାଟ୍, ହ୍ବାଟସଆପ୍ ଓ ଟେଲିଗ୍ରାମ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଏହି ଲୋକଙ୍କ ସହ ଯୋଗଯୋଗରେ ଥିଲେ। ଦେଶ ବିରୋଧି ସୂଚନା ମଧ୍ୟ ଦେଉଥିଲେ। ଏହି ସମୟ ମଧ୍ୟରେ ଜ୍ୟୋତି ପାକ୍ ହାଇକମିଶନ୍‌ ଅଧିକାରୀ ଦାନିଶଙ୍କ ସହ ଲଗାତାର ସମ୍ପର୍କରେ ଥିଲେ।  

ହିସାର ପୋଲିସ ଶନିବାର ଜ୍ୟୋତିଙ୍କୁ କୋର୍ଟରେ ହାଜର କରି ୫ ଦିନର ରିମାଣ୍ଡରେ ପଠାଇଛି। ୧୫ ମଇରେ ଡିଏସ୍‌ପି ଜିତେନ୍ଦ୍ର କୁମାରଙ୍କ ନେତୃତ୍ବରେ ଏକ ଟିମ୍ ଜ୍ୟୋତିଙ୍କୁ ତାଙ୍କ ଘରୁ କଷ୍ଟଡିରେ ନେଇଥିଲା। ତାଙ୍କ ବିରୋଧରେ ହିସାର ସିଭିଲ ଲାଇନ୍‌ ଥାନାରେ ମାମଲା ରୁଜୁ କରାଯାଇଛି। କେନ୍ଦ୍ରୀୟ ଏଜେନ୍ସି ଜ୍ୟୋତିଙ୍କୁ ପଚରା ଉଚରା କରୁଛି। ହିସାର ପୋଲିସର କହିବା ଅନୁସାରେ, ଜ୍ୟୋତି ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଯୋଗାଯୋଗରେ ଥିଲେ। ସୋସିଆଲ ମିଡିଆ ମାଧ୍ୟମରେ ଭାରତର ଗୋପନୀୟ ତଥ୍ୟ ପଠାଉଥିଲେ। ତିନି ଥର ପାକିସ୍ତାନ ଯାତ୍ରା କରିସାରିଥିବା ଜ୍ୟୋତିଙ୍କ ଉପରେ ଭାରତୀୟ ସୁରକ୍ଷା ଏଜେନ୍ସିର ନଜର ଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.