PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ସୋସିଆଲ ମିଡ଼ିଆରେ ଓଡ଼ିଶାର ନାରୀ ଜାତିକୁ ଅସମ୍ମାନ, ୟୁଟ୍ୟୁବର୍‌ ଶଙ୍କରଙ୍କୁ ଗିରଫ ଦାବିରେ ମହିଳା ଥାନା ଘେରାଉ

ଭୁବନେଶ୍ୱର,୨୯/୦୯: ବାଲେଶ୍ୱର ଅଞ୍ଚଳର ୟୁଟ୍ୟୁବର୍‌ ଉମାକାନ୍ତ ପାଣିଗ୍ରାହୀ ଓରଫ୍‌ ଶଙ୍କର ଓମ୍‌ ଶରଣମ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ଓଡ଼ିଶାର ନାରୀ ଜାତିକୁ ଅସମ୍ମାନିତ କରୁଛନ୍ତି । ଏହାକୁ ପ୍ରତିବାଦ କରି ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଡୁଡୁନ୍‌ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମହିଳା ଥାନା ଘେରାଉ କରାଯାଇଥିଲା ।

ଶଙ୍କର ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ମା’, ଭଉଣୀ, ମାଉସୀ, ଝିଅ ଓ ବୋହୂମାନଙ୍କୁ ଶାଳୀ ବୋଲି ସମ୍ୱୋଧନ କରି ସେମାନଙ୍କ ମାତୃ ମର୍ଯ୍ୟାଦାକୁ କ୍ଷୁଣ୍ଣ କରିବା ସହ ସେମାନଙ୍କ ଚରିତ୍ରର ଅପୂରଣୀୟ କ୍ଷତି କରିଛନ୍ତି । ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଟ୍ରଷ୍ଟର ପକ୍ଷରୁ କୁହାଯାଇଛି । ଅଧ୍ୟକ୍ଷା ଡ. ବନ୍ଦନା ହରିଚନ୍ଦନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗ ଦେଇଥିଲେ । ସେମାନେ ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ।

ସମ୍ବନ୍ଧିତ ଖବର