PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଚା’ ପିଉଥିବା ବେଳେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ଜଣେ ମୃତ ଅନ୍ୟ ଜଣେ ଗୁରୁତର

ବଲାଙ୍ଗୀର, ୨୪/୦୫ : ଶୀତଳଷଷ୍ଠୀ ଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅଘଟଣ। ଚା ପିଉଥିବା ବେଳେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ। ଜଣେ ମୃତ ଅନ୍ୟ ଜଣେ ଗୁରୁତର।

ସୂଚନାନୁଯାୟୀ, ମଙ୍ଗଳବାର ରାତିରେ ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ଶୀତଳଷଷ୍ଠୀ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା। ୫ ରୁ ୮ ଜଣ ଯୁବକ ରାଧାରାଣୀ ପଡାରୁ ଅର୍କେଷ୍ଟ୍ରା ଦେଖି ଫେରି ସହରର ନୃସିଂହମନ୍ଦିର ନିକଟରେ ଚା ପିଇବା ପାଇଁ ଅଟକିଥିଲେ। ସେହି ସ୍ଥାନରେ ଥିବା ଅନ୍ୟ କିଛି ଯୁବକଙ୍କ ସହ ତାଙ୍କ କଥା କଟାକଟି ହୋଇଥିଲା। ଏହି ସମୟରେ ହଠାତ୍ ଯୁବକମାନଙ୍କ ମଧ୍ୟରୁ ଜଣେ ଛୁରା ମାଡ଼ କରିଥିଲା। ଏଥିରେ ବଡ଼ପଡାର ସରୋଜ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଥିବା ବେଳେ କନ୍ଧପାଲି ପଡାର ପ୍ରେମ ସାହୁ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ସରୋଜଙ୍କ ବାପା ଗତ ୬ ବର୍ଷ ତଳେ ବଲାଙ୍ଗୀର ପୌରପରିଷଦରେ ଚାକିରୀ କରୁଥିବା ବେଳେ ମୃତ୍ୟ ହୋଇଥିଲା। ଗତ ମାସେ ତଳେ ବାପାଙ୍କ ଚାକିରୀ ପାଇଥିବା ବେଳେ ଆଜି ସରୋଜଙ୍କ ମୃତ୍ୟ ହୋଇଛି। ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।