ନୂଆଦିଲ୍ଲୀ, ୨୫/୧ : ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଆଜିକାଲି ବେଶ ଚର୍ଚ୍ଚାରେ ରହିଛନ୍ତି । ଯଦିଓ ସେ ଭାରତୀୟ ଦଳରୁ ଦୂରରେ ଅଛନ୍ତି ତଥାପି ବ୍ୟକ୍ତିଗତ ଜୀବନ ପାଇଁ ଗଣମାଧ୍ୟମରେ ହେଡଲାଇନ୍ ପାଲଟିଛନ୍ତି । ୨୦୨୫ ମସିହାରେ ଧନଶ୍ରୀଙ୍କ ସହ ଛାଡ଼ପତ୍ର ହୋଇଥିଲା । ପରେ ଆରଜେ ମହଭାସଙ୍କ ସହ ତାଙ୍କ ନାମ ଯୋଡ଼ି ହୋଇଥିଲା । ପରେ କିନ୍ତୁ ଚହଲ ଏକ ପୋଡକାଷ୍ଟରେ କହିଥିଲେ କି, ସେ କେବଳ ମୋର ଜଣେ ଭଲ ବନ୍ଧୁ । ସେହି ଚର୍ଚ୍ଚା ଥମିଥିବାବେଳେ ଏବେ ପୁଣି ଆଉ ଜଣଙ୍କ ନାଁ ସହ ଯୋଡ଼ି ହୋଇଛି । ବିଗବାସ-୧୩ ଫେମ୍ ଶେଫାଳୀ ବାଗାଙ୍କୁ ଡେଟ୍ କରୁଥିବା ନେଇ କୁହାଯାଉଛି ।

ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ଉଭୟ ଏକାଠି ନଜର ଆସିଥିଲେ । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ୟୁଜର୍ସମାନେ ଚର୍ଚ୍ଚା କରୁଛନ୍ତି କି, ପୁଣିଥରେ ପ୍ରେମରେ ପଡ଼ିଛନ୍ତି ଚହଲ । ଉଭୟ ସ୍ମାର୍ଟ ଲୁକରେ ନଜର ଆସିଛନ୍ତି । ତେବେ ଏହି ସମ୍ପର୍କ କେତେ ଦିନ ରହିବ ? ଏମିତି ଅନେକ କମେଣ୍ଟ ସବୁ କରୁଛନ୍ତି ୟୁଜର୍ସ । ସେପଟେ ଏନେଇ ଏଯାବତ ଚହଲ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ଯଦି ଆମେ ଚହଲଙ୍କ ସମ୍ପର୍କରେ କହିବା ତାହେଲେ ସେ ଧନଶ୍ରୀ ବର୍ମାଙ୍କୁ ବିବାହ କରିଥିଲେ । ସେମାନଙ୍କର ୨୦୨୫ ମସିହାରେ ଛାଡ଼ପତ୍ର ହୋଇଥିଲା । ପରେ କ୍ରିକେଟ ମଇଦାନ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ନଜର ଆସିଥିଲେ ଆରଜେ ମହଭାସ । ମାତ୍ର ପରେ ତାଙ୍କ ସହ ମଧ୍ୟ ବ୍ରେକଅପ୍ ହୋଇଥିଲା ।