ନୂଆଦିଲ୍ଲୀ,୯।୧୨: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନିକଟରେୀ ଲଣ୍ଡନରେ ନାଟୋ ଏବଂ ୟୁରୋପୀୟ ସଂଘ (EU)ର ପ୍ରମୁଖ ନେତାମାନଙ୍କୁ ଭେଟିଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକ ପରେ, ଜେଲେନସ୍କି ରୁଷକୁ ଏକ ସ୍ପଷ୍ଟ ଏବଂ ଦୃଢ଼ ବାର୍ତ୍ତା ଦେଇଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି, ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ କୌଣସି ମୂଲ୍ୟରେ ରୁଷକୁ ଏହାର ଏକ ଇଞ୍ଚ ମଧ୍ୟ ଛାଡିବ ନାହିଁ। ଜେଲେନସ୍କିଙ୍କ ଆଭିମୁଖ୍ୟ ଆମେରିକାର ଶାନ୍ତି ଯୋଜନାକୁ ଏକ ପ୍ରକାର ଝଟକା ଦେଇଛି।

ୟୁକ୍ରେନ-ରୁଷ ଯୁଦ୍ଧ ସମାପ୍ତ କରିବା ପାଇଁ କୂଟନୈତିକ ପ୍ରୟାସ ମଧ୍ୟରେ, ରାଷ୍ଟ୍ରପତି ଜେଲେନସ୍କି ବିଶ୍ୱ ନେତାମାନଙ୍କ ସହିତ ବାରମ୍ବାର ସାକ୍ଷାତ କରୁଛନ୍ତି। ନିକଟରେ ସେ ଲଣ୍ଡନରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କିମ ଷ୍ଟାରମର, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜଙ୍କ ସହିତ ସାକ୍ଷାତ କରିଛନ୍ତି। ଏହି ବୈଠକ ପୂର୍ବରୁ ଜେଲେନସ୍କି ବ୍ରୁସେଲ ଯାଇ ନାଟୋ ଓ ଇୟୁ ନେତାଙ୍କ ଆଗରେ ୟୁାକ୍ରନ୍ର ପକ୍ଷ ରଖିଛନ୍ତି। ଏହି ସାକ୍ଷାତର ଉଦେଶ୍ୟ ଯୁଦ୍ଧ ଶେଷ କରିବା ପାଇଁ ୟୁକ୍ରେନ୍ର ସ୍ଥିତି ମଜବୁତ କରିବା ଥିଲା। ବିଶେଷ ଭାବରେ ଏଭଳି ସମୟରେ ଯେତେବେଳେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଯୁଦ୍ଧ ରୋକିବାର ଚେଷ୍ଟା କରୁଛନ୍ତି, କିନ୍ତୁ କୌଣସି କଡ଼ା ପଦକ୍ଷେପ ଗ୍ରହଣ କରିପାରି ନାହାଁନ୍ତି।

ଲଣ୍ଡନରେ ଏକ ସାମ୍ବାଦିକ ସମ୍ମିଳନୀରେ ଜଲେନସ୍କି କଡା ବାର୍ତ୍ତା ଦେଇ ଆମେରିକା ଶାନ୍ତି ଯୋଜନାରେ ପ୍ରସ୍ତାବିତ କିଛି ୟୁକ୍ରେନୀୟ ଅଞ୍ଚଳକୁ ରୁଷକୁ ଛାଡିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଛନ୍ତି। ସେ କହିଛନ୍ତି, ରୁଷ ଆମକୁ ଏହି ଅଞ୍ଚଳକୁ ଛାଡିବାର ଦାବି କରୁଛି, କିନ୍ତୁ ଆମେ କୌଣସି ଜମି ଛାଡିବୁନି। ଏବେ ଏହି ଘୋଷଣା ସବୁ ଚର୍ଚ୍ଚା ଉପରେ ବିରାମ ଲାଗିଛି। ଯେଉଁଥିରେ ଯୁଦ୍ଧ ବନ୍ଦ କରି ଶାନ୍ତି ବଜାୟ ରଖିବା ପାଇଁ କୁହାଯାଇଥିଲା। ଜେଲେନସ୍କି ସ୍ପଷ୍ଟ କରିଛନ୍ତି, ଆଞ୍ଚଳିକ ବିବାଦରେ ଜଟିଳତା ରହିଛି ଓ ଏଥିପାଇଁ ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇନାହିଁ।