ନୂଆଦିଲ୍ଲୀ ୩୦/୦୩: କପେ କଫି ନ ପିଇଲେ ଅନେକଙ୍କ ସକାଳ ଭଲରେ ଆରମ୍ଭ ହୁଏ ନାହିଁ । କିନ୍ତୁ ପୃଥିବୀର ୪୦୦ କିମି ଉପରେ ଶୂନ୍ୟ ମାଧ୍ୟାକର୍ଷଣରେ ଘୂରୁଥିବା କଫିପ୍ରେମୀ କ’ଣ କରିବେ, କେବେ ଚିନ୍ତା କରିଛନ୍ତି? ନାସା ମହାକାଶଚାରୀ ଡନ୍‌ ପେଟିଟ୍‌ଙ୍କର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ସକାଳୁ ସକାଳୁ କଫିର ମଜା ନେବାକୁ ଖୁବ୍‌ ଇଚ୍ଛା ଥିଲା । ତେଣୁ ମାମଲା ନିଜ ହାତକୁ ନେବାକୁ ସେ ଚିନ୍ତାକଲେ । ପୃଥିବୀଠୁ ବିପରୀତ ସ୍ପେସ୍‌ ଷ୍ଟେନ୍‌ରେ ମହାକାଶଚାରୀମାନେ କଫି ପିଇବାକୁ ମୁହଁବନ୍ଦ ପାଉଚ୍‌ ଓ ଷ୍ଟ୍ର ଉପରେ ନିର୍ଭର କରନ୍ତି । ନଚେତ୍‌ ଏଠାରେ ମାଧ୍ୟାକର୍ଷଣ ନ ଥିବାରୁ ସୂକ୍ଷ୍ମମାଧ୍ୟାକର୍ଷଣରେ ତରଳ ଭାସିବ । କିନ୍ତୁ ପେଟିଟ୍‌ ଏହି ପାଉଚ୍‌ କଫିରେ ସନ୍ତୁଷ୍ଟ ନ ଥିଲେ । କପ୍‌ରେ କଫିର ବାସ୍ନା, ସ୍ୱାଦ ଓ ପ୍ରତି ଢୋକର ପୂରା ମଜା ନେବାକୁ ସେ ଚାହୁଁଥିଲେ । ଏଥିପାଇଁ ପେଟିଟ୍‌ କାପିଲାରି କପ୍‌ ଡିଜାଇନ୍‌ କଲେ ।

ଏହା ଇଞ୍ଜିନିୟରିଂ ଜ୍ଞାନକୌଶଳରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ପାତ୍ର, ଯାହା ଶୂନ୍ୟ ମାଧ୍ୟାକର୍ଷଣକୁ ମଧ୍ୟ ମାତ୍‌ ଦେବ । ଘରେ ବସି ପିଇବା ଭଳି ସ୍ପେସ୍‌ ଷ୍ଟେସନ୍‌ରେ କଫି ପିଇବାର ସୁବିଧା ଏହା ପ୍ରଦାନ କରେ ବୋଲି ରୋଚେଷ୍ଟର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ସ୍ପଷ୍ଟ କରିଛି । ରୋଚେଷ୍ଟର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ନିଜର ନୂଆ ଉଦ୍ଭାବନକୁ ନୂଆ ଭିଡିଓରେ ପ୍ରଦର୍ଶନ କରିଛି, ଯାହା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ଭାଇରାଲ ହେଉଛି । ଏଥିରେ ପେଟିଟ୍‌ ଏକ ଭାସମାନ ଧଳା କପ୍‌ରୁ କଫି ପିଉଥିବା ନଜର ଆସିଛନ୍ତି ଏବଂ ଏହି ମୁହୂର୍ତ୍ତର ଭରପୂର ଆନନ୍ଦ ଉଠାଉଛନ୍ତି । ପୋଷ୍ଟ୍‌ରେ ସେ କ୍ୟାପ୍‌ସନ ଲେଖିଛନ୍ତି ‘ସକାଳେ ‘ଓ’ଜୋ’ (କଫି)ର ମଜା ନେଉଛି । ସକାଳେ ଶୂନ୍ୟ ମାଧ୍ୟାକର୍ଷଣ କଫିକୁ କିଛି ବି ମାତ୍‌ ଦେଇପାରିବ ନାହିଁ ।’

କଫିପ୍ରେମୀ ଜାଣନ୍ତି ଯେ ସ୍ୱାଦର ଅର୍ଥ କେବଳ ସ୍ୱାଦ ନୁହେଁ, ଏହା ଏକ ଅନୁଭବ ଯେଉଁଥିରେ ସମସ୍ତ ଇନ୍ଦ୍ରୀୟ ରହିଛି ଏବଂ ବାସ୍ନାର ଏଥିରେ ମୁଖ୍ୟ ଭୂମିକା ରହିଛି । ଏହାର ସୁନ୍ଦର ଉଦାହରଣ ଦେଇଛନ୍ତି ପେଟିଟ୍‌ । ବ୍ୟାଗ୍‌ରୁ ସେବନ କରାଯାଉଥିବା ପାରମ୍ପରିକ ମହାକାଶ କଫି କିପରି ପୂର୍ଣ୍ଣ ଆନନ୍ଦ ପ୍ରଦାନ କରିବାରେ ବିଫଳ ହୋଇଛି ତାହା ସେ କହିଛନ୍ତି । 

ନତାଶା ଲି ନାମ୍ନୀ ଜଣେ ପରିବେଶ ବିଜ୍ଞାନୀ ‘ଏକ୍ସ’ ପ୍ଲାଟ୍‌ଫର୍ମରେ ପେଟିଟ୍‌ଙ୍କୁ ପଚାରିଛନ୍ତି, ଶୂନ୍ୟ ମାଧ୍ୟାକର୍ଷଣରେ ଏହି କଫିର ସ୍ୱାଦ ଓ ବାସ୍ନା କ’ଣ ସମାନ? ପେଟିଟ୍‌ ଉତ୍ତର ଦେଇଛନ୍ତି ‘ଏହି ଶୂନ୍ୟ-ମାଧ୍ୟାକର୍ଷଣ କପ୍‌ କଫିର ବାସ୍ନା ପ୍ରଦାନ କରୁଛି, ଯାହା ପାଉଚ୍‌ରୁ ଷ୍ଟ୍ର ମାଧ୍ୟମରେ ପିଇବା ଦ୍ୱାରା ମିଳେ ନାହିଁ । କଫିର ପ୍ରାୟ ୭୦ ପ୍ରତିଶତ ବାସ୍ନା ଏଥିରୁ ମିଳୁଛି । ପେଟିଟ୍‌ ଆହୁରି କହିଛନ୍ତି ‘ଖାଦ୍ୟ ସହିତ ନ ଖେଳିବାକୁ ଲୋକେ ସା ଧାରଣତଃ ଉପଦେଶ ଦିଅନ୍ତି । ଏହି ନିୟମ ମହାକାଶରେ ଲାଗୁ ହୁଏ ନାହିଁ । ମହାକାଶରେ ତୁମେ ଖାଦ୍ୟ ସହ ଖେଳିପାରିବ ଏବଂ ଏହାକୁ ବିଜ୍ଞାନ କହିପାରିବ ।’ ଏହି ଉଦ୍ଭାବନ କେବଳ ମହାକାଶ କଫିକୁ ଅଧିକ ଆନନ୍ଦଦାୟକ କରିନାହିଁ, ସୂକ୍ଷ୍ମମାଧ୍ୟାକର୍ଷଣରେ ତରଳ ଗତିବିଜ୍ଞାନ ଉପରେ ସମ୍ୟକ ଜ୍ଞାନ ପ୍ରଦାନରେ