ପ୍ରମୁଖ ଖବର
  • ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଗଞ୍ଜାମରେ ପହଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତାରାତାରିଣୀଙ୍କ ଦର୍ଶନ ପରେ ପ୍ରାର୍ଥିପତ୍ର ଦାଖଲ କରିବେ
  • ||
  • 'କେଜରିୱାଲଙ୍କ ଗିରଫ ବେଆଇନ୍': ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଆବେଦନର ଶୁଣାଣି
  • ||
  • ସନ୍ଦେଶଖାଲି ମାମଲା: ସିବିଆଇ ଯାଞ୍ଚ ରୋକ୍‌ ନେଇ ଜୁଲାଇରେ ସୁପ୍ରିମକୋର୍ଟ ଶୁଣାଣି
  • ||
  • ହାଇୱା ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ
  • ||
  • ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମୁହାଁମୁହିଁ ପୋଲିସ ଓ ମାଓବାଦୀ, ଟଳିଲେ ୪ ନକ୍ସଲ
  • ||
  • ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ଶୋଭାଯାତ୍ରା ଯାଉଥିବା ବେଳେ ବଡ଼ମ୍ବା ନିକଟରେ ଦୁର୍ଘଟଣା, ୩ ଆହତ
  • ||
  • ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ଟାଇଁ ଟାଇଁ ଖରା: ସକାଳୁ ୮ଟା ୩୦ ସୁଦ୍ଧା ତତଲା ସହର ପାଲଟିଲା ବାରିପଦା, ପାରଦ ଡେଇଁଲା ୩୮ଡିଗ୍ରୀ
  • ||
  • ବିଜୁ ପଟ୍ଟନାୟକ ଏୟାପୋର୍ଟରୁ ୭୫ ଲକ୍ଷର ନଗଦ ଟଙ୍କା ଜବତ, ଦୁଇ ଅଟକ
  • ||
  • ତାତି ଯନ୍ତ୍ରଣା ଆହୁରି ୧୦ ଦିନ: ଦୁଇ ଦିନ ପାଇଁ ରେଡ୍‌ ୱାର୍ଣ୍ଣିଂ, ମେ' ୨ରେ ଉପକୂଳରେ ସାମାନ୍ୟ କମିପାରେ
  • ||

ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର, ଜାଣନ୍ତୁ ଏପ୍ରିଲ ୧୯ରେ କେଉଁ ରାଜ୍ୟର କେତୋଟି ସିଟ୍‌ରେ ହେବ ମତଦାନ ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ବୁଧବାର ସନ୍ଧ୍ୟା ୬ରେ ଶେଷ ହୋଇଛି । ଆଜି ଦିନ ୩ଟାରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ନିର୍ବାଚନୀ ପ୍ରଚାର ବନ୍ଦ ହୋଇଥିଲା । ଦେଶର ବାକି ସ୍ଥାନରେ ସନ୍ଧ୍ୟା ୬ଟାରେ ନିର୍ବାଚନ ପ୍ରଚାର ବନ୍ଦ ହୋଇଛି ବୋଲି ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି । ସେପଟେ ପ୍ରଚାର ବନ୍ଦ ହେବା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ସମସ୍ତ ଜୋର ଖଟାଇ ଦେଇଥିଲେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ନଲବାଡ଼ିରେ ଆୟୋଜିତ ଏକ ରାଲିରେ ସାମିଲ ହୋଇଥିଲେ । ଏହି ସମୟରେ ମୋଦୀ କହିଥିଲେ, ଜୁନ ୪ରେ ଫଳାଫଳ କଣ ଆସିବା ତାହା ସ୍ପଷ୍ଟ ହୋଇଯାଇଛି   । ଲୋକେ କହୁଛନ୍ତି – ଚାର ଜୁନ୍‌, ୪୦୦ ପାର୍‌, ଫିର ଏକ ବାର ମୋଦୀ ସରକାର । 

ସେହିଭଳି ଆଜି ସକାଳେ ଉତ୍ତର ପ୍ରଦେଶର ଗାଜିଆବାଦରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ ବିଜେପି ଏବଂ  ପିଏମ ମୋଦୀଙ୍କ ଉପରେ ବର୍ଷିଥିଲେ । ଏହା ସହ ଇଣ୍ଡି ମେଣ୍ଟକୁ ନେଇ ଏକ ଭିଡିଓ ସଙ୍ଗ ମଧ୍ୟ ରିଲିଜ୍‌ ହୋଇଛି । ୨୦୧୭ରୁ ଏବେ ଯାଏଁ ରାହୁଲ ଏବଂ ଅଖିଳେଶ ଏକାଠି ଥିବା ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି ।  ଏହାରି ମଧ୍ୟରେ କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ସହାରନପୁରରେ ପ୍ରଚାର କରିଥିଲେ । ମୋଦୀ ସରକାରଙ୍କୁ ଟାର୍ଗେଟ୍ କରି ସେ କହିଥିଲେ ଯେ ମୋଦୀ ସରକାର ବେରୋଜଗାର ଓ ମହଙ୍ଗା ବଜାର କଥା କହୁ ନାହାନ୍ତି। କଥା ଏପଟସେପଟ କରି ଲୋକଙ୍କୁ ଭ୍ରମିତ କରୁଛନ୍ତି। କ୍ଷମତାଧାରୀ ଶକ୍ତି ଓ ସତ୍ୟର ଉପାସକ ନୁହଁନ୍ତି ବରଂ ସେ କ୍ଷମତାର ଉପାସକ ବୋଲି ପ୍ରିୟଙ୍କା କହିଥିଲେ।   

ସେପଟେ ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ପଡ଼ିବ । ପ୍ରଥମ ପର୍ଯ୍ୟାୟରେ ୨୧ଟି ସ୍ଥାନରେ ୧୦୨ ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥିରେ ଅରୁଣାଚଳରୁ ଦୁଇଟି ଆସନ, ଆସାମରୁ ୫, ବିହାରରୁ ୪, ଛତିଶଗଡରୁ ୬, ମଧ୍ୟପ୍ରଦେଶରୁ ୬, ମହାରାଷ୍ଟ୍ରରୁ ୫, ମଣିପୁରରୁ ୨, ମେଘାଳୟରୁ ୨, ମିଜୋରାମରେ ୧, ନାଗାଲାଣ୍ଡରୁ ୧, ରାଜସ୍ଥାନରୁ ୧୨, ସିକ୍କିମର ୧, ତାମିଲନାଡୁର ୩୯, ତ୍ରିପୁରାରେ ୧, ୟୁପିରେ ୮ଟି, ଉତ୍ତରପ୍ରଦେଶରେ ୫, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ୧, ଜାମ୍ମୁ କାଶ୍ମୀର, ଲାକ୍ଷ୍ମାଦ୍ୱୀପ ଓ ପୁଡ଼ୁଚେରୀରେ  ଗୋଟିଏ ଲେଖାଏ ଆସନରେ ମତଦାନ ହେବ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୧୬ ରେ ପ୍ରେସ ନୋଟ୍ ଜାରି କରାଯାଇଥିଲା। ତା’ପରେ ୨୦ ମାର୍ଚ୍ଚରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ୨୭ ମାର୍ଚ୍ଚରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରଖାଯାଇଥିଲା। ମାର୍ଚ୍ଚ ୨୮,ତାରିଖରେ ଏଗୁଡ଼ିକର ଯାଞ୍ଚ କରାଯାଇଥିଲା। ପ୍ରାର୍ଥୀ ପ୍ରତ୍ୟାହାର ପାଇଁ ଶେଷ ତାରିଖ ମାର୍ଚ୍ଚ ୨୦ ଥିଲା । ଏସବୁ ଆସନରେ ଏପ୍ରିଲ ୧୯ରେ ନିର୍ବାଚନ ହେବାକୁ ଥିବା ବେଳେ ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। 

ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ଆଠ ଜଣ କେନ୍ଦ୍ରମନ୍ତ୍ରୀ ଭାଗ୍ୟ ପରୀକ୍ଷା କରିବେ। ଏମାନଙ୍କ ମଧ୍ୟରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, କିରନ ରିଜିଜୁ, ରମେଶ୍ୱର ତେଲିଙ୍କ ଭଳି ମନ୍ତ୍ରୀଙ୍କ ଲାଗି ମତ ସାବ୍ୟସ୍ତ କରିବେ ଭୋଟର ।  ମହାରାଷ୍ଟ୍ରର ନାଗପୁର ଆସନରୁ ପୂର୍ବରୁ ଦୁଇଥର ଜିତି ସାରିଥିବା ନୀତିନ ଗଡ଼କରୀ ଏଥର ହ୍ୟାଟ୍ରିକ୍ ଅପକ୍ଷାରେ ଅଛନ୍ତି । ୨୦୧୪ ଓ ୨୦୧୯ରେ ସେ ଦୁଇ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ଜିତିଥିଲେ ।

  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.