ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ଫଟୋ ଉଠାଉଥିବା ବେଳେ ୭୫ ଫୁଟ ଉଚ୍ଚତାରୁ ଜ୍ବାଳାମୁଖୀରେ ଖସି ପଡିଲେ ଚୀନ୍ ମହିଳା...

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଜଣେ ଚୀନ୍ ମହିଳାଙ୍କ ସହ ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଛି । ଚୀନ୍‌ର ଜଣେ ମହିଳା ଜ୍ବାଳାମୁଖୀରେ ପଡ଼ି ମୃତ୍ୟୁ ବରଣ କରିଛନ୍ତି । ମହିଳା ଜଣକ ଫଟୋ ଉଠାଇବା ସମୟରେ ଜ୍ବାଳାମୁଖୀରେ ଖସିପଡିଥିଲେ । ମହିଳାଙ୍କ ବୟସ ୩୧ ବର୍ଷ ବୋଲି କୁହାଯାଉଛି । ନ୍ୟୁୟର୍କ ପୋଷ୍ଟ ଅନୁଯାୟୀହୁଆଙ୍ଗ ଲିହୋଙ୍ଗ ନାମକ ଏହି ମହିଳା ତାଙ୍କ ସ୍ୱାମୀଙ୍କ ସହ ବୁଲିବାକୁ ଆସିଥିଲେ । ଏହି ଦୁର୍ଘଟଣା ସମ୍ପର୍କରେ ପୋଲିସ କହିଛି ଯେ, ଏହି ଦମ୍ପତି ସୂର୍ଯ୍ୟୋଦୟ ଦେଖିବା ପାଇଁ ଜ୍ବାଳାମୁଖୀ ଟୁରିଜିମ୍ ପାର୍କକୁ ଯାଇଥିଲେ । ଆଉ ଏଠାରେ ତାଙ୍କର ଦୁର୍ଘଟଣା ଘଟିଛି । 

ପୋଲିସର ସୂଚନାନୁସାରେମହିଳା ଜଣକ ୭୫ ମିଟର ଉଚ୍ଚତାରୁ ଖସିପଡିବାରୁ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ଟୁର ଗାଇଡ୍ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ଯେ ଫଟୋ ଉଠାଇବା ସମୟରେ ବିପଦ ବିଷୟରେ ତାଙ୍କୁ ବାରମ୍ବାର ଚେତାବନୀ ଦିଆଯାଇଥିଲା, ହେଲେ ସେ ଏହାକୁ ମାନି ନଥିଲେ । ସେ ପଛକୁ ଚାଲିବା ଆରମ୍ଭ କରିଥିଲେ ଏବଂ ହଠାତ୍ ତାଙ୍କ ପାଦରେ ପୋଷାକ ଲାଗିଯାଇଥିଲା ।ଯାହା ଫଳରେ ସେ ଜ୍ବାଳାମୁଖୀରେ ଖସି ପଡିଥିଲେ । ତେବେ ମହିଳାଙ୍କ ମୃତଦେହକୁ ବାହାର କରିବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଛି 

ସୂଚନାଥାଉକି, ଯେ ଏହି ଦୁର୍ଘଟଣା ଇଜେନ ଜ୍ବାଳାମୁଖୀରେ ଘଟିଛି। ଇଜେନ୍ ଜ୍ବାଳାମୂଖୀ ଏହାର ନୀଳ ଆଲୋକ ଏବଂ ସଲଫୁରିକ୍ ଗ୍ୟାସ୍ ରୁ ବାହାରୁଥିବା ନୀଳ ଅଗ୍ନି ପାଇଁ ଜଣାଶୁଣା । ୨୦୧୮ରେ ଏଠାରୁ ବିଷାକ୍ତ ଗ୍ୟାସ୍ ବାହାରିବା ପରେ ବହୁ ସଂଖ୍ୟକ ଲୋକ ନିଜ ଘର ଛାଡିବାକୁ ବାଧ୍ୟ ହୋଇଥିଲେ । ଏହି ସମୟରେ ଅତି କମରେ ୩୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.