ଭୁବନେଶ୍ୱର,୨୩/୦୪: ଦୁଇଦିନ ପରେ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହା ପୂର୍ବରୁ ନବୀନ ଯୋଡ଼ି ଶଙ୍ଖର ନାରା । ଦୁଇ ହାତରେ ଦୁଇଟି ଶଙ୍ଖ ଚିହ୍ନ ଧରି ନବୀନ ଭୋଟ ଭିକ୍ଷା୍ କରିଛନ୍ତି । ଭିଡିଓ ଜାରି କରି ରାଜ୍ୟର ଭୋଟରମାନଙ୍କୁ ନିବେଦନ କରି ନବୀନ କହିଛନ୍ତି, ଏଥର ଯୋଡ଼ି ଶଙ୍ଖ । ଥରେ ଏମ୍ଏଲ୍ଏ (ବିଧାୟକ) ପାଇଁ ଓ ଥରେ ଏମ୍ପି (ସାଂସଦ) ପାଇଁ । ଆପଣମାନେ ଆର୍ଶୀବାଦ କରନ୍ତୁ ।
୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭିଡିଓ ଜାରି କରି କହିଛନ୍ତି, ଆସନ୍ତା ୨୪ ତାରିଖରେ ନବୀନ ବାବୁ ହିଞ୍ଜିଳି ଆସୁଛନ୍ତି ପ୍ରଚାର ପାଇଁ । ଏଥର ଯୋଡ଼ି ଶଙ୍ଖ । ଥରେ ଏମପି ପାଇଁ, ଥରେ ଏମଏଲ୍ଏ ପାଇଁ । ଏହାସହ ସେ ରାଜ୍ୟବାସୀଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ଜାରି କରିଥିବା ଭିଡିଓ ଏବେ ବିଜୁଳି ବେଗରେ ସୋସିଆଲ୍ ମିଡିଆରେ ବ୍ୟାପିବାରେ ଲାଗିଛି । ବିଜେଡି ନେତା ଓ ସମର୍ଥକମାନେ ଟ୍ୱିଟର, ଫେସବୁକ, ଇନଷ୍ଟ୍ରାଗ୍ରାମ ଏବଂ ହ୍ୱାଟସଆପ୍ରେ ନବୀନଙ୍କ ଭିଡିଓ ସେୟାର କରି ବିଜେଡିର ପ୍ରଚାର ତେଜିଛନ୍ତି ।