ଚନ୍ଦ୍ରଶେଖରପୁର,୦୩/୦୫: ଉତ୍ତର ନିର୍ବାଚନମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ଗତ ୩୦ ତାରିଖରେ ନାମାଙ୍କନ କରିଥିବାବେଳେ ଶୁକ୍ରବାର ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ନାମାଙ୍କନ ଦାଖଲ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ପ୍ରିୟଦର୍ଶୀଙ୍କ ଶକ୍ତି ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।
ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
ସୂଚନା ଅନୁଯାୟୀ, ଶ୍ରୀ ମିଶ୍ର ସକାଳେ ନନ୍ଦନକାନନ ସ୍ଥିତ ଜଗନ୍ନାଥ ମନ୍ଦିରରୁ ପୂଜାର୍ଚ୍ଚନା ପରେ ବିଶାଳ ଶୋଭାଯାତ୍ରାରେ ବାହାରିବେ । ସେଠାରୁ ପଟିଆ, ଜୟଦେବ ବିହାର ହୋଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବେ । ସେଠାରୁ ରାଜମହଲ, କଳ୍ପନା ଛକ ହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିବେ।