ପ୍ରମୁଖ ଖବର
  • ଚଣ୍ଡିଖୋଲ ବଡ଼ଚଣା ଓଭରବ୍ରିଜ୍‌ରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କା ୨ ବାଇକ୍ ଆରୋହୀ ମୃତ
  • ||
  • ରାସ୍ତା ପାର୍ ହେଉଥିଲେ ମହିଳା, ଚଢ଼ିଗଲା ମାଛ ବୋଝେଇ ପିକ୍ଅପ୍ ଭ୍ୟାନ୍
  • ||
  • ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ, ବିଶାଳ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଆଇପିଏଲ୍ 2024: କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ, ଇଡେନ ଗାର୍ଡେନ୍ସ ହେବ ରନ୍ ବର୍ଷା
  • ||
  • କାମାକ୍ଷାନଗରରେ ଏନକାଉଣ୍ଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାଷ ଖୁଣ୍ଟିଆ ଗୁରୁତର
  • ||
  • ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ନାମାଙ୍କନ ଦାଖଲ
  • ||
  • ଜଗତସିଂହପୁର-ବାଲିକୁଦା ନିକଟରେ ଓଲଟିଲା ବରଯାତ୍ରୀ ବସ୍, ୧୦ ଜଣ ଆହତ
  • ||

କଂଗ୍ରେସକୁ ପୁଣି ଆୟକର ନୋଟିସ୍, ଲାଗିଲା ୧୭୦୦ କୋଟି ଜରିମାନା

ନୂଆଦିଲ୍ଲୀ, ୨୯/୦୩: ଆୟକର ବିଭାଗ ପୁଣି ଥରେ କଂଗ୍ରେସକୁ ନୋଟିସ୍ ପଠାଇଛି । ଉକ୍ତ ନୋଟିସରେ କଂଗ୍ରେସକୁ ୧୭୦୦ କୋଟି ଟଙ୍କା ମାଗିଛି ଆୟକର ବିଭାଗ । ମିଳିଥିବା ସୂତ୍ର ଅନୁସାରେ, ୨୦୧୭-୧୮ରୁ ୨୦୨୦-୨୧ ବର୍ଷ ଲାଗି ଆୟକର ବିଭାଗ ଏହି ଡିମାଣ୍ଡ ନୋଟିସ୍ ଦେଇଛି । ୧୭୦୦ କୋଟି ଟଙ୍କା ଜରିମାନା ରାଶିରେ ସୁଧ ବି ସାମିଲ୍ ରହିଛି ।

୨୦୨୪ ଲୋକସଭା ନିର୍ବାଚନ ମଧ୍ୟରେ ଆୟକର ବିଭାଗର ଏ ନୋଟିସ୍ କଂଗ୍ରେସର ଚିନ୍ତା ବଢ଼ାଇ ଦେଇଛି । କଂଗ୍ରେସ, ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ କହିଛି ୨୦୧୭-୨୦୨୧ ପର୍ଯ୍ୟନ୍ତ ଆୟକର ବିଭାଗ ଲଗାଇଥିବା ଜରିମାନାକୁ ଆଉ ଥରେ ଯାଞ୍ଚ କରୁ । ତେବେ କଂଗ୍ରେସର ଆବେଦନକୁ ଖାରଜ କରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହା ପରେ ଦଳକୁ ନୋଟିସ୍ ମିଳିଛି ।
ଏବେ କଂଗ୍ରେସ ଦଳ ଅନ୍ୟ ୩ ବର୍ଷରେ ହୋଇଥିବା ଆୟର ଯାଞ୍ଚକୁ ଅପେକ୍ଷା କରିଛି । ଏହି ଯାଞ୍ଚ ରବିବାର ସୁଦ୍ଧା ସରିବ । 

କଂଗ୍ରେସ ଓକିଲ ତଥା ରାଜ୍ୟସଭା ସାଂସଦ ବିବେକ ତନ୍ଖା ହାଇକୋର୍ଟରେ ଶୁଣାଣି ବେଳେ ଆୟକର ବିଭାଗର ପଦକ୍ଷେପ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ । କହିଥିଲେ, ନିଆ ଯାଉଥିବା ପଦକ୍ଷେପ ବେଆଇନ୍ ଓ ଗଣତନ୍ତ୍ର ବିରୋଧୀ । କଂଗ୍ରେସର ଅଭିଯୋଗ, ଲୋକସଭା ନିର୍ବାଚନ ସମୟରେ ପ୍ରମୁଖ ବିରୋଧୀ ଦଳକୁ ଜାଣିଶୁଣି ହଇରାଣ କରାଯାଉଛି ।

ପୂର୍ବରୁ ହିଁ ଆୟକର ବିଭାଗ କଂଗ୍ରେସ ଦଳର ଦିଲ୍ଲୀସ୍ଥିତ ବ୍ୟାଙ୍କ ଆକାଉଣ୍ଟରୁ କୋଟି ଟଙ୍କା ଜରିମାନା ବାବଦକୁ ନେଇଛି । ୨୦୧୮-୧୯ ବର୍ଷରେ କଂଗ୍ରେସ ଆବଶ୍ୟକ ସର୍ତ୍ତ ପୂରଣ କରି ପାରି ନଥିଲା । କୋର୍ଟରେ ଆୟକର ବିଭାଗ କହିଥିଲା, ୫୨୦ କୋଟି ଟଙ୍କା ଆସେସମେଣ୍ଟରେ ସାମିଲ୍ ହୋଇ ନଥିଲା । ଏହା ପରେ ଆୟକର ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବେଳେ ନଗଦ ଜରିଆରେ କାରବାର ହୋଇଥିବା ଜଣା ପଡ଼ିଥିଲା । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିଶ୍ୱସ୍ତ ବି ଏଥିରେ ସାମିଲ୍ ଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.